engineer
ସୋନପୁର(ରବୀନ୍ଦ୍ର ହୋତା): ବୈାଦ୍ଧ ଜିଲ୍ଲା କଣ୍ଟାମାଳରେ ବିଜେଡି ନେତାଙ୍କ ଦାଦାଗିରି ଅଭିଯୋଗ । ବିଲ୍ ପାସ୍ କରିବାକୁ ନେଇ ସହାୟକ ଯନ୍ତ୍ରୀଙ୍କୁ ଭୁଜାଲିରେ ହାଣିବା ସହ ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ କଣ୍ଟାମାଳ ଥାନାରେ ଲିଖିତ ଅଭିଯୋଗ ହୋଇଛି ।
ଖବର ଅନୁସାରେ, କଣ୍ଟାମାଳ ପଞ୍ଚାୟତ ସମିତିର ସହାୟକ ଯନ୍ତ୍ରୀ ସ୍ମୃତି ରଂଜନ ସେଠୀ ମଙ୍ଗଳବାର ସନ୍ଧ୍ୟାରେ ନିଜ ବାସଭନରେ ଥିଲେ। ଏହି ସମୟରେ ବରଗୋଚ୍ଛା ଗାଁର ଶାନ୍ତନୁ କୁମାର ଥାଟୀ ଓ ତାଙ୍କ ସହଯୋଗୀମାନେ ଏକ ସ୍କର୍ପିଓରେ ଆସି ପହଞ୍ଚିଥିଲେ । ସେମାନେ ସ୍ମୃତି ରଞ୍ଜନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ। ସ୍ମୃତି ରଞ୍ଜନଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଅନ୍ୟ କିଛି ଲୋକ ଚାଲି ଆସିବାରୁ ଆକ୍ରମଣକାରୀ ପିସ୍ତଲ ଦେଖାଇ ଘଟଣାସ୍ଥଳରୁ ପଳାଇଥିଲେ।
ଶାନ୍ତନୁ କୁମାର ବିଜେଡିର ଜଣେ ପୁରୁଣା ନେତା ହୋଇଥିବା ବେଳେ ବୌଦ୍ଧ ଜିଲ୍ଲା କୃଷକ ସେଲର ମଧ୍ୟ ସଭାପତି ମଧ୍ୟ ଅଛନ୍ତି । ଘଟଣା ନେଇ ସ୍ମୃତିରଞ୍ଜନ କଂଟାମାଳ ଥାନାରେ ଏତଲା ଦେଇଥିବା ବେଳେ ଆକ୍ରମଣକାରୀ ଫେରାର ଥିବା କୁହାଯାଉଛି । ସେପଟେ ଘଟଣା ନେଇ ସଂପୃକ୍ତ ବିଜେଡି ନେତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଏନେଇ ସ୍ମୃତି ରଞ୍ଜନ କହିଛନ୍ତି, ମୁଁ ମୋ ଘରେ ଥିବା ବେଳେ ଶାନ୍ତନୁ କୁମାର ଥାଟୀଙ୍କ ସମେତ ୬ ଜଣ ମୋ ଘରକୁ ଆସିଥିଲେ। ଏହାପରେ ଅତର୍କିତ ଭାବେ ଏକ ଭୁଜାଲିରେ ମୋତେ ଆକ୍ରମଣ କରି ଭୁଜାଲି ଦେଖାଇ ଫେରା ହୋଇଗଲେ। ପୂର୍ବତମ ସରପଞ୍ଚଙ୍କ ଏକ ବିଲ୍ ପାସ୍ କରିଥିବାରୁ ସେମାନେ ମୋତେ ଆକ୍ରମଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/jee-1.jpg)