Advertisment

ମୋ ସ୍ତ୍ରୀ ଆଉ କାହାର ହୋଇପାରିବନି, ତେଣୁ ମୁଁ ୪ ଜଣଙ୍କ ମୁଣ୍ଡ ଉଡ଼େଇ ଦେଲି

ବିନିକା(ଓଡ଼ିଶା ରିପୋର୍ଟର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟୀ ଗାଁର ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି। ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ଅଭିଯୁକ୍ତ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଛି। ୨୦୨୦ ଜୁଲାଇରେ ଅପରାଧ ଘଟାଇ ଫେରାର ଥିବା ଅଭିଯୁକ୍ତ ପପୁ ସେନଙ୍କୁ ଗତ ୨ ତାରିଖରେ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୋଟ […]

ଅଦ୍ୟତନ ହୋଇଛି
ମୋ ସ୍ତ୍ରୀ ଆଉ କାହାର ହୋଇପାରିବନି, ତେଣୁ ମୁଁ ୪ ଜଣଙ୍କ ମୁଣ୍ଡ ଉଡ଼େଇ ଦେଲି

6bn-1

Advertisment

ବିନିକା(ଓଡ଼ିଶା ରିପୋର୍ଟର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଲାଟୀ ଗାଁର ଗୋଟିଏ ଦିନରେ ଟ୍ରିପଲ୍ ମର୍ଡର ମାମଲାରେ ମୁଖ୍ୟ ଅଭିଯୁକ୍ତ ପପୁ ସେନ୍ ଗିରଫ ହୋଇଛି। ସ୍ତ୍ରୀର ପରକିୟା ପ୍ରୀତି ଓ ପ୍ରେମିକ ସହ ଫେରାର ହେବାରୁ ଅଭିଯୁକ୍ତ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଛି। ୨୦୨୦ ଜୁଲାଇରେ ଅପରାଧ ଘଟାଇ ଫେରାର ଥିବା ଅଭିଯୁକ୍ତ ପପୁ ସେନଙ୍କୁ ଗତ ୨ ତାରିଖରେ ଗିରଫ କରାଯାଇଥିବା ଉତ୍ତରପ୍ରଦେଶ ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମୋଟ ୪ ଜଣଙ୍କୁ ହତ୍ୟା କରିଥିବା ପପୁକୁ ଧରାଇବାକୁ ପୁଲିସ ପୁରସ୍କାର ମଧ୍ୟ ଘୋଷଣା କରିଥିଲା।

Advertisment

[caption id="attachment_633413" align="aligncenter" width="650"]accused killer ଗିରଫ ଅଭିଯୁକ୍ତ ପପୁସେନ।[/caption]

ସୂଚନା ଅନୁଯାୟୀ ପପୁ ସେନଙ୍କ ଘର ହେଉଛି ଉତ୍ତରପ୍ରଦେଶର ଲଲନ୍‌ଜୁ ଗାଁର। ସେ ବିନିକା ଥାନା ସିଲାଟୀ ଗାଁର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ପରେ ପପୁ ସେନ ସ୍ତ୍ରୀକୁ ନେଇ ଉତ୍ତରପ୍ରେଦଶ ପଳାଇ ଯାଇଥିଲେ। ସେଠାରେ ପପୁଙ୍କର ୪ଟି ପୁଅ ମଧ୍ୟ ହୋଇଥିଲା। ହେଲେ ପପୁଙ୍କର ସ୍ତ୍ରୀଙ୍କ ସହ ସେଠାରେ ରାହୁଲ ନାମକ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ହୋଇଥିଲା। ପରେ ରାହୁଲଙ୍କ ସହ  ପପୁଙ୍କର ସ୍ତ୍ରୀ ଫେରାର ହୋଇ ଯାଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ପ୍ରଥମେ ପପୁ ରାହୁଲଙ୍କ ବାପାଙ୍କୁ ୧୬/୦୭/୨୦୨୦ରେ ହତ୍ୟା କରିଥିଲା।

Advertisment

ପରେ ଏକ ଜିପ୍‌ରେ ୨୨/୦୭/୨୦୨୦ରେ ସିଲାଟି ଗାଁକୁ ଆସି ନିଜ ଶାଶୁ, ଶ୍ୱଶୁର ଏବଂ ଶଳାକୁ କୁରାଢ଼ିରେ ହାଣି ଅତି ବୀଭତ୍ସଭାବେ ହତ୍ୟା କରିଥିଲା।ଅଭିଯୁକ୍ତ ପପୁଙ୍କ କହିବା ଅନୁଯାୟୀ ବାପଘର ଲୋକଙ୍କ କଥାରେ ପଡ଼ି ତାଙ୍କ ସ୍ତ୍ରୀ ତାଙ୍କୁ ପ୍ରଥମେ ଛାଡ଼ପତ୍ର ଦେଇଥିଲା। ଆଉ ପରକୀୟା ସମ୍ପର୍କ ଥିବା ରାହୁଲଙ୍କ ସହ ଫେରାର ହୋଇ ଯାଇଥିଲା। ତେଣୁ ଏହି ରାଗରେ ସେ ଶୂଶୁରଘର ଲୋକଙ୍କୁ ହତ୍ୟା କରିଥିଲା। ତେବେ ସେଠାକାର ଉତ୍ତରପ୍ରଦେଶ ପୁଲିସ ଅଭିଯୁକ୍ତଙ୍କୁ ଧରାଇ ଦେବାକୁ ୨୫,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ତେବେ ଗତ ଏପ୍ରିଲ ୨ ତାରିଖରେ ପପୁ ତାଙ୍କ ପତ୍ନୀଙ୍କ ପ୍ରେମିକ ରାହୁଲଙ୍କୁ ମର୍ଡ଼ର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ତାଙ୍କୁ  ଗିରଫ କରିଥିବା ଜଣାପଡ଼ିଛି। ଏନେଇ ଉତ୍ତରପ୍ରଦେଶର ଲଳିତପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe