Advertisment

ବୁଥ୍ ଭିତରେ ବାପ-ପୁଅ କଲେ ଖେଳ, ୫୦ରୁ ଅଧିକ ଲୋକଙ୍କ ନାଁରେ ଦେଲେ ଭୋଟ୍!

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଏଜେଣ୍ଟ ଓ ତାଙ୍କର ୧୧ ବର୍ଷର ଦେଲେ ଭୋଟ୍! ବାପା ଓ ପୁଅ ମିଶି ଜୋର ଜବରଦସ୍ତି ଦେଲେ ୫୦ରୁ ଅଧିକ ଲୋକଙ୍କ ପାଇଁ ଭୋଟ୍। ଏମିତି କିଛି ବୁଥ୍ କ୍ୟାପଚରିଂର ସାଂଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ। ସୁବର୍ଣ୍ଣପୁର ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ଶାନ୍ତି ଶୃଂଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ଶେଷ ଦିବସରେ ଉଲୁଣ୍ଡା ବ୍ଲକରୁ ଆସିଛି ଏପରି ବୁଥ କ୍ୟାପଚରିଂ ଅଭିଯୋଗ। ବ୍ଲକରେ ଆଜି […]

author-image
Ranjit Kumar Jena
ବୁଥ୍ ଭିତରେ ବାପ-ପୁଅ କଲେ ଖେଳ, ୫୦ରୁ ଅଧିକ ଲୋକଙ୍କ ନାଁରେ ଦେଲେ ଭୋଟ୍!

booth-capture

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଏଜେଣ୍ଟ ଓ ତାଙ୍କର ୧୧ ବର୍ଷର ଦେଲେ ଭୋଟ୍! ବାପା ଓ ପୁଅ ମିଶି ଜୋର ଜବରଦସ୍ତି ଦେଲେ ୫୦ରୁ ଅଧିକ ଲୋକଙ୍କ ପାଇଁ ଭୋଟ୍। ଏମିତି କିଛି ବୁଥ୍ କ୍ୟାପଚରିଂର ସାଂଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲାରୁ।

Advertisment

ସୁବର୍ଣ୍ଣପୁର ଜିଲ୍ଲାରେ ୪ଟି ପର୍ଯ୍ୟାୟରେ ଶାନ୍ତି ଶୃଂଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ଶେଷ ଦିବସରେ ଉଲୁଣ୍ଡା ବ୍ଲକରୁ ଆସିଛି ଏପରି ବୁଥ କ୍ୟାପଚରିଂ ଅଭିଯୋଗ। ବ୍ଲକରେ ଆଜି ୧୭ଟି ଗ୍ରାମ ପଞ୍ଚାୟତର ୨୩୪ ଗୋଟି ବୁଥରେ ପଞ୍ଚମ ବା ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି।

ଉଲୁଣ୍ଡା ବ୍ଲକ୍‌ର ପଞ୍ଚମହଲା ପଞ୍ଚାୟତର କପାସିରା ବୁଥ୍‌ରେ ଆଜି ମତଦାନ ହୋଇଥିଲା। ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା। ତେବେ ଅପରାହ୍ନ ଗୋଟାଏ ପରେ ଜଣେ ଏଜେଣ୍ଟ ନିଜ ସାଥିରେ ତାଙ୍କର ୧୧ ବର୍ଷର ପୁଅକୁ ନେଇ ଜବରଦସ୍ତ ଭୋଟ୍‌ ଦେଇଛନ୍ତି। ବାପ-ପୁଅ ମିଶି ୫୦ରୁ ଅଧିକ ଲୋକଙ୍କ ପାଇଁ ଭୋଟ୍‌ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ଏମାନେ ମୃତ ଜୀବିତ ସମସ୍ତଙ୍କ ପାଇଁ ଭୋଟ୍‌ ଦେଇଥିବା ଜଣାପଡ଼ିଛି। ତେବେ ଏଥିରେ ଅନ୍ୟ ଏଜେଣ୍ଟମାନଙ୍କର ମଧ୍ୟ ସଂପୃକ୍ତି ଥିବା ଅଭିଯୋଗ ହୋଇଛି।

Advertisment

ବାପ-ପୁଅଙ୍କ ଏଭଳି କାମ ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକମାନେ ବୁଥ୍‌ ସମ୍ମୁଖରେ ହୋ-ହଲ୍ଲା କରିଥିଲେ। ଦୀର୍ଘ ସମୟଧରି ପାଟିତୁଣ୍ଡ ହେବାସହ ଉତେଜନା ଲାଗିରହିଥିଲା। ପୁଲିସ୍ ଉପସ୍ଥିତିରେ ଏଭଳି ଘଟିଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ପରେ ପୁଲିସ ଟିମ୍ ପହଞ୍ଚି ପୋଲିଂ ଟିମ୍ ଓ ଭୋଟ ବାକ୍ସକୁ ଉଲୁଣ୍ଡାକୁ ନେଇଯାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ପୁଣିଥରେ ମତଦାନ କରାଇବାକୁ ଦାବି କରିଛନ୍ତି।