ମା'କୁ ମୁଖାଗ୍ନି ଦେଲା ଝିଅ, ସୃଷ୍ଟି କଲା ନୂଆ ଉଦାହରଣ

ସୋନପୁର (ରବିନ୍ଦ୍ର ହୋତା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲି ପଦର ଗ୍ରାମରେ ଆଜି ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମରେ ବାସ କରୁଥିବା ଅସହାୟ ମହିଳା ମୁକ୍ତା ସାହୁଙ୍କ ଆଜି ମୃତ୍ୟୁ ହୋଇଯିବା ପରେ ତାଙ୍କର ଝିଅ ସୀମା ସାହୁ ଗାଆଁ ମଶାଣୀକୁ ଯାଇ ନିଜ ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି। କେବଳ ପୁଅ ମାନେ ହିଁ ବାପା-ମାଆଙ୍କ ଶୁଦ୍ଧି ସଂସ୍କାରର ଅଧିକାରୀ ବୋଲି ଆମ ସମାଜରେ ଥିବା ନିୟମକୁ ନ ମାନି ନିଜ ଜନ୍ମ […]

seema

Ranjit Kumar Jena
  • Published: Sunday, 17 October 2021
  • , Updated: 17 October 2021, 09:57 PM IST

ସୋନପୁର (ରବିନ୍ଦ୍ର ହୋତା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲି ପଦର ଗ୍ରାମରେ ଆଜି ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମରେ ବାସ କରୁଥିବା ଅସହାୟ ମହିଳା ମୁକ୍ତା ସାହୁଙ୍କ ଆଜି ମୃତ୍ୟୁ ହୋଇଯିବା ପରେ ତାଙ୍କର ଝିଅ ସୀମା ସାହୁ ଗାଆଁ ମଶାଣୀକୁ ଯାଇ ନିଜ ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି।

କେବଳ ପୁଅ ମାନେ ହିଁ ବାପା-ମାଆଙ୍କ ଶୁଦ୍ଧି ସଂସ୍କାରର ଅଧିକାରୀ ବୋଲି ଆମ ସମାଜରେ ଥିବା ନିୟମକୁ ନ ମାନି ନିଜ ଜନ୍ମ କଲା ମାଆଙ୍କ ଚିତାରେ ଜୁଇ ସଂଯୋଗ କରି ବାସ୍ତବରେ ଉଦାହରଣ ସୃଷ୍ଟି କରିଛନ୍ତି ସୀମା ସାହୁ। ମିଳିଥିବା ସୂଚନା ଅନୁଯାୟୀ ପିଲାଟି ଦିନରୁ ବାପାଙ୍କୁ ହରାଇ ମାଆ ସହ ଗୁଦଭେଲିପଦର ଗାଆଁରେ ରହୁଥିଲେ ସୀମା।

ମାଆ ମୁକ୍ତା ସାହୁ ଗାଆଁ ସ୍କୁଲରେ ରୋଷେଇ କରି ଉଭୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରୁଥିଲେ। ବର୍ତ୍ତମାନ ମୁକ୍ତାଙ୍କ ମୃତ୍ୟୁ ପରେ ସୀମା ଏକୁଟିଆ ହୋଇ ପଡ଼ିଛନ୍ତି। ଆଜି ମାଆଙ୍କ ମୃତ୍ୟୁ ପରେ ସୀମା ଗାଁ ଓ ଜାତି ଲୋକଙ୍କ ସହାୟତାରେ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି।

ସାମାଜିକ ନୀତି ନିୟମ ଅନୁସାରେ ତାଙ୍କୁ ଶୁଦ୍ଧିକ୍ରିୟା କରିବାକୁ ପଡିବ। ସେଥିପାଇଁ ଅର୍ଥ ଆସିବ କେଉଁଠୁ? ଏପରିକି ଆଗକୁ ଚଳିବେ କେମିତି? ଏସବୁ ପ୍ରଶ୍ନର ଉତ୍ତର ଖୋଜି ପାଉନାହାନ୍ତି ସୀମା। ଅସହାୟ ଓ ଏକାକିନୀ ଥିବା ପିତୃ ମାତୃହରା ସୀମାକୁ ସହାୟତାର ହାତ ବଢାଇବାକୁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

Related story