Advertisment

ଓଲଟି ପଡ଼ିଲା ମିନି ଟ୍ରକ୍, ୨୦ ଆହତ

ବିନିକା (ଦିଲୀପ ସାହୁ): ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍। ଫଳରେ ୧୦ ଗୁରୁତର ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ପିପିଲିପାଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାନଟୀକା ଗାଁରୁ କନ୍ୟାପକ୍ଷ ଲୋକେ ଏକ ମିନି ଟ୍ରକ୍ ଯୋଗେ ଡୁଙ୍ଗୁରିପାଲି ଥାନା କୁଡାଡେ଼ରା ଗାଁକୁ ଝିଅକୁ ଛାଡ଼ିବାକୁ ଆସିଥିଲେ। ସେଠାରୁ ସାନଟୀକା ଗାଁକୁ ଫେରୁଥିବା ସମୟରେ ରାମପୁର […]

ଓଲଟି ପଡ଼ିଲା ମିନି ଟ୍ରକ୍, ୨୦ ଆହତ

Accident-in-Binika

Advertisment

ବିନିକା (ଦିଲୀପ ସାହୁ): ଭାରସାମ୍ୟ ହରାଇ ଓଲଟିଲା ମିନି ଟ୍ରକ୍। ଫଳରେ ୧୦ ଗୁରୁତର ହୋଇଥିବା ବେଳେ ୧୦ ଆହତ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ପିପିଲିପାଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

Advertisment

ଆଜି ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସାନଟୀକା ଗାଁରୁ କନ୍ୟାପକ୍ଷ ଲୋକେ ଏକ ମିନି ଟ୍ରକ୍ ଯୋଗେ ଡୁଙ୍ଗୁରିପାଲି ଥାନା କୁଡାଡେ଼ରା ଗାଁକୁ ଝିଅକୁ ଛାଡ଼ିବାକୁ ଆସିଥିଲେ। ସେଠାରୁ ସାନଟୀକା ଗାଁକୁ ଫେରୁଥିବା ସମୟରେ ରାମପୁର ଡୁଙ୍ଗୁରିପାଲି ଏମଡିଆର ୩୯ ମୁଖ୍ୟରାସ୍ତା ପିପିଲିପାଲି ଗାଁ ନିକଟରେ ମିନି ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ମିନି ଟ୍ରକରେ ବସିଥିବା ୧୦ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇଁ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ପହଂଚି ଉଭୟ ଗୁରୁତର ଏବଂ ଆହତଙ୍କୁ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମିନିଟ୍ରକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe