/odisha-reporter/media/post_attachments/uploads/2021/03/drowning.jpg)
Drown
ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ଖୁସିର ପର୍ବ ହୋଲି। ଆଉ ଏହି ହୋଲିରେ କାଳ ହେଲା ଗାଧୁଆ। ନଦୀରେ ଗାଧୋଇବାକୁ ଯାଇ ବୁଡ଼ିଗଲେ ନାବାଳକ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୋନପୁରର ସହରରେ। ବରଗଡ଼ ଜିଲ୍ଲାରେ କାର୍ଯ୍ୟରତ ବିଡିଓ ଯୁଧିଷ୍ଟିର ମେହେରଙ୍କର ଏକମାତ୍ର ପୁଅ ହେଉଛନ୍ତି ସୁମିତ୍। ଯାହାର ବୟସ ୧୬ ବର୍ଷ ହେବ।
Advertisment
ସୁମିତ୍ ଆଜି ହୋଲି ଖେଳିସାରିବା ପରେ ନିଜ ସାଙ୍ଗମାନଙ୍କ ସହ ଗାଧୋଇବାକୁ ମହାନଦୀ ସେତୁ ଘାଟକୁ ଯାଇଥିଲେ। ନଦୀରେ ଗାଧୋଉଥିବା ବେଳେ ହଠାତ୍ ପାଣି ସୁଅରେ ଭାସିଯାଇଥିଲେ ସୁମିତ୍।
ଖବର ପାଇ ସ୍ଥାନୀୟ ଲୋକେ ସୁମିତଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁମିତଙ୍କ ମୃତ୍ୟୁ ଖବର ପାଇବା ପରେ ଚାରିଆଡ଼େ ଶୋକର ଛାୟା ଖେଳିଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
