/odisha-reporter/media/post_attachments/uploads/2020/08/s2.jpg)
s2
ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପ୍ରଥମେ ରୋଗ ଆଉ ପରେ ବନ୍ୟା ଭାଙ୍ଗିଦେଲା ପରିବାରର ମେରୁଦଣ୍ଡ। ଏପଟେ ଚିକିତ୍ସା ଅନ୍ୟପଟେ ମୁଣ୍ଡ ଗୁଂଜିବାର ଚିନ୍ତା। ପରିବାରକୁ ସତେ ଯେମିତି ତଳି ତଳାନ୍ତ କରିପକାଇଛି। ସରକାରୀ ସହାୟତା ପାଇଁ ବାରଦୁଆର ପରେ ବି ମିଳିଲାନି ସହାୟତା। ଏବେ ତାରପୋଲିନ ପାଲଟିଛି ଅସହାୟ ପରିବାର ପାଇଁ ମୁଣ୍ଡ ଗୁଞ୍ଜିବାର ସ୍ଥାନ। ସୁବର୍ଣ୍ଣପୁର ଜିଲ୍ଲା ତରଭାରେ ଏଭଳି ଏକ ଅସହାୟ ପରିବାରର ଦୁଃଖ କାହାଣୀ ଦେଖିବାକୁ ମିଳିଛି।
/odisha-reporter/media/post_attachments/wp-content/uploads/2020/08/s1.jpg)
ଭଂଗା ତାରପୋଲିନ ଘର। ଆଉ ଏହି ଘର ଭିତରେ ଅସହାୟ ଭାବେ ପଡି ରହିଛନ୍ତି ପୂରା ପରିବାର। ଦିନେ କି ଦୁଇଦିନ ନୁହେଁ। ଆଜିକୁ ବର୍ଷେରୁ ଅଧିକ ସମୟ ହୋଇଗଲା ଏହିଭଳି ଦୟନୀୟ ଭାବେ ପଡି ରହିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନର୍ଡା ଗାଁର ଲକ୍ଷ୍ମୀ ରଣା ଓ ତାଙ୍କ ପରିବାର। ଆଜିକୁ ବର୍ଷେ ତଳେ ହଠାତ ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଗଲେ ଲକ୍ଷ୍ମୀ ରଣା। ପରିବାର ଲୋକ ଲକ୍ଷ୍ମୀଙ୍କୁ ଭଲ କରିବାକୁ ବୁର୍ଲା, ଭୁବନେଶ୍ୱରଠୁ ଆରମ୍ଭକରି କଟକ ବଡ ମେଡିକାଲ ପର୍ଯ୍ୟନ୍ତ ନେଲେ। ଲକ୍ଷ୍ମୀଙ୍କୁ ଭଲ କରିବାକୁ ହାତରେ ଥିବା ଧନ ସମ୍ପତ୍ତି ସାଙ୍ଗକୁ ଟଙ୍କା ସୁନା ସବୁ ସାରିଦେଲେ। ହେଲେ ଭଲ ହେଲେନାହିଁ ଲକ୍ଷ୍ମୀ। ଏବେ ଏହିଭଳି କଷ୍ଟଦାୟକ ଜୀବନ ବିତାଉଥିଲେବି ଅଧିକ ଚିକିତ୍ସା କରିବାକୁ ପାଖରେ ଧନ ନାହିଁ।
/odisha-reporter/media/post_attachments/wp-content/uploads/2020/08/s3.jpg)
କେବଳ ଲକ୍ଷ୍ମୀଙ୍କ ଚିକିତ୍ସା ଚିନ୍ତା ପରିବାରକୁ ଘାରିଛି ତା’ ନୁହେଁ, ଗତବର୍ଷ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଧୋଇଯାଇଛି ଲକ୍ଷ୍ମୀଙ୍କ ଘର। ଏଣୁ ଦୀର୍ଘ ଏକବର୍ଷ ହେଲା ଏକ ପଲିଥିନ୍ ତଳେ ଗୋଟିଏ ପରିବାରର ୭ ଜଣ ଜୀବନ ବିତାଉଛନ୍ତି। ଯାହା ଉପାର୍ଜନ ହେଉଛି ସେଥିରେ କଷ୍ଟେମଷ୍ଟେ ଦୁଇଓଳି ଖାଇବାକୁ ଚଳୁଛି। ଲକ୍ଷ୍ମୀଙ୍କ ଚିକିତ୍ସା କିମ୍ୱା ଘର ଖଣ୍ଡିଏ କରିବାକୁ ସମର୍ଥ ହେଉନାହିଁ ଲକ୍ଷ୍ମୀଙ୍କ ପରିବାର। ଏବେ ସରକାରୀ ସହାୟତା ସହ ଲକ୍ଷ୍ମୀଙ୍କ ଚିକିସିା ଦାବୀ କରିଛନ୍ତି ପରିବାର ଓ ଗ୍ରାମବାସୀ। ଅପରପକ୍ଷରେ ରୋଗୀଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଗଲେ ସରକାରୀ ବିଧି ବ୍ୟବସ୍ଥା ଭିତରେ ତାଙ୍କ ଚିକିସିା କରାଯିବ ବୋଲି ସିଡିଏମଓ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
