Advertisment

ଐଶ୍ୱର୍ଯ୍ୟାଙ୍କ ଲାଗି ଶାଢୀ ତିଆରି କରିଥିବା ରାଜେଶ ଏବେ ପୁଣି ଚର୍ଚ୍ଚାରେ

ସୁବର୍ଣ୍ଣପୁରରୁ (ରବୀନ୍ଦ୍ର ହୋତା)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ସୁବର୍ଣ୍ଣପୁର । ଦେଶର ବିଭିନ୍ନ ପ୍ରାନ୍ତରେ ସୁବର୍ଣ୍ଣପୁରର ବାନ୍ଧ କଳା ବେଶ୍ ଆଦୃତ ହୋଇଛି । ସବୁବେଳେ କିଛି ନୂଆ କରି ଦେଖାଇବା କାରିଗରଙ୍କ ନିଶା । ଏହି ଲକ୍ଷ୍ୟ ନେଇ ସେମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ। ହସ୍ତସନ୍ତ କାରିଗର ରାଜେଶ ମେହର  ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ । ବାନ୍ଧ କଳାର କାରିଗରୀ ଏଥିରେ ବେଶ ବାରି ହୋଇ […]

ଅଦ୍ୟତନ ହୋଇଛି
ଐଶ୍ୱର୍ଯ୍ୟାଙ୍କ ଲାଗି ଶାଢୀ ତିଆରି କରିଥିବା ରାଜେଶ ଏବେ ପୁଣି ଚର୍ଚ୍ଚାରେ

709

Advertisment

ସୁବର୍ଣ୍ଣପୁରରୁ (ରବୀନ୍ଦ୍ର ହୋତା)ସୂକ୍ଷ୍ମ ସୂତାର କାରିଗରିକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଏ ସୁବର୍ଣ୍ଣପୁର । ଦେଶର ବିଭିନ୍ନ ପ୍ରାନ୍ତରେ ସୁବର୍ଣ୍ଣପୁରର ବାନ୍ଧ କଳା ବେଶ୍ ଆଦୃତ ହୋଇଛି । ସବୁବେଳେ କିଛି ନୂଆ କରି ଦେଖାଇବା କାରିଗରଙ୍କ ନିଶା । ଏହି ଲକ୍ଷ୍ୟ ନେଇ ସେମାନେ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ।

Advertisment

[caption id="attachment_652904" align="alignnone" width="650"]publive-image ତଆରି ହୋଇଥିବା ଶାଢ଼ି।[/caption]

ହସ୍ତସନ୍ତ କାରିଗର ରାଜେଶ ମେହର  ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ । ବାନ୍ଧ କଳାର କାରିଗରୀ ଏଥିରେ ବେଶ ବାରି ହୋଇ ପଡୁଛି ।  ମାଆକୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ଏହି ଶାଢୀ। ୧୩ଟି ଭାଷାରେ ଶାଢୀରେ ମାଆ ବୋଲି ଲେଖାଯାଇଛି।  ପୂର୍ବରୁ ବଲିଉଡ ଅଭିନେତ୍ରୀ ଐଶ୍ୱଯର୍ୟା ରାୟଙ୍କ ଲାଗି ଶାଢୀ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ କାରିଗର ରାଜେଶ। ବଲିଉଡର ଅଭିନେତ୍ରୀ ବିଦ୍ୟା ବାଲନଙ୍କ ପାଇଁ ମଧ୍ୟ ସେ ପ୍ରସ୍ତୁତ କରିଥିଲେ ଗଣିତ ସୂତ୍ରର ଶାଢୀ । ଏକ ଫିଲ୍ମ ପାଇଁ କଳାରଙ୍ଗର ଏହି ଶାଢୀଟି ପ୍ରସ୍ତୁତ ହୋଇଥିଲା। ଆଉ ଏବେ ମାଆଙ୍କୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ମାଆ ଶାଢୀ।  ଜଗଦଜନନୀ ଦେବୀ ମାତାଙ୍କ ପୂଜାର୍ଚ୍ଚନା ସହ ନିଜ ମାଆଙ୍କୁ ମଧ୍ୟ ଏହି ଶାଢୀ ଉପହାର ଭାବେ ଦିଆଯାଇ ପାରିବ ।  ପ୍ରତି ଶାଢୀର ଦାମ ୧୭ରୁ ୨୦ ହଜାର ମଧ୍ୟରେ ରହିଛି।

Advertisment

କିଛି ନୂଆ କରି ଦେଖାଇବା ପାଇଁ ନୂତନ ପରିକଳ୍ପନା କରିଥିଲେ ହସ୍ତତନ୍ତ ଶିଳ୍ପୀ ରାଜେଶ ମେହେର ।  ଏଣୁ ମାଆଙ୍କୁ ସମର୍ପିତ କରି ଭିନ୍ନ ଢଙ୍ଗରେ ଶାଢୀ ତିଆରି କରିବାକୁ ଯୋଜନା ହେଲା । ପ୍ରଥମେ ଗ୍ରାଫ ଓ ପରେ ବାନ୍ଧ କରାଯାଇଥିଲା । ଏହି ଶାଢୀର ବାନ୍ଧ କରିବାକୁ ଗୋଟିଏ ମାସ ସମୟ ଲାଗିଥିଲା । ବାନ୍ଧ ପ୍ରସ୍ତୁତ ପରେ ଶାଢୀ ବୁଣିବାକୁ ଗୋଟିଏ ମାସ ସମୟ ନେଇଥିଲେ ବୁଣାକାର । ଏବେ ପ୍ରସ୍ତୁତ ହୋଇସାରିଛି ମା ଶାଢୀ। ପ୍ରତି ୧୫ ଦିନରେ ଗୋଟିଏ ଶାଢୀ ପ୍ରସ୍ତୁତ ହେଉଛି । ଅନ୍ୟ ଶାଢୀ ଭଳି ବଜାରରେ ଏହି ଶାଢୀ ବେଶ ଆଦୃତ ହେବ ବୋଲି ଆଶା ରଖିଛନ୍ତି ବାନ୍ଧ କାରିଗର।

Aishwarya Rai Bachchan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe