Advertisment

ଆମ ଚାଷୀ ନେତା ଜିତିଲେ

ବିନିକା (ଓଡ଼ିଶା ରିପୋର୍ଟର): ଆମ ଚାଷୀ ନେତା ଜିତିଲେ। ଆମେ ଏକ ହୋଇ ଲଢ଼ିଛୁ ଏବଂ ଜିତାଇଛୁ। ଆମ ସରପଞ୍ଚ ଜିତିଲେ। ପଞ୍ଚାୟତ ନିର୍ବାଚନରେ ଜିତିବା ପରେ ଇଏ ଥିଲା ଜଣେ ଭୋଟରଙ୍କ ମତ। ବିଜୟର ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ଏହି ବ୍ୟକ୍ତି। ଆଉ ଜିତିବା ଖୁସିରେ ମାଟିରେ ଗଡ଼ିଛନ୍ତି ଏହି ଜଣକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ। ବ୍ଲକର ଭଣ୍ଡାର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ରଶ୍ମିତା ବାଗ ବିଜୟ ହୋଇଛନ୍ତି। […]

ଅଦ୍ୟତନ ହୋଇଛି
ଆମ ଚାଷୀ ନେତା ଜିତିଲେ

binika

Advertisment

ବିନିକା (ଓଡ଼ିଶା ରିପୋର୍ଟର): ଆମ ଚାଷୀ ନେତା ଜିତିଲେ। ଆମେ ଏକ ହୋଇ ଲଢ଼ିଛୁ ଏବଂ ଜିତାଇଛୁ। ଆମ ସରପଞ୍ଚ ଜିତିଲେ। ପଞ୍ଚାୟତ ନିର୍ବାଚନରେ ଜିତିବା ପରେ ଇଏ ଥିଲା ଜଣେ ଭୋଟରଙ୍କ ମତ। ବିଜୟର ଖୁସିରେ ଆତ୍ମହରା ହୋଇପଡ଼ିଥିଲେ ଏହି ବ୍ୟକ୍ତି। ଆଉ ଜିତିବା ଖୁସିରେ ମାଟିରେ ଗଡ଼ିଛନ୍ତି ଏହି ଜଣକ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ।

Advertisment

ବ୍ଲକର ଭଣ୍ଡାର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ରଶ୍ମିତା ବାଗ ବିଜୟ ହୋଇଛନ୍ତି। ରଶ୍ମିତାଙ୍କ ଏହି ସମର୍ଥକ ଜଣକ ଖୁସିରେ ବିଭୋର ହୋଇ ଖୁସ ନାଚିଛନ୍ତି। ଯାହାର ଭିଡିଓ ଖୁବ୍ ଭାଇରାଲ୍ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ସମର୍ଥକ ଜଣକ ବିଜୟ ଖୁସିରେ ମାଟିରେ ଗଡ଼ୁଛନ୍ତି। କେତେବେଳେ ସେ ମାଟିରେ ଗଡ଼ୁଛନ୍ତି ତ କେତେବେଳେ ପଲଟି ମାରୁଛନ୍ତି। ସେ କହିଛନ୍ତି ଯେ ଆମ ଚାଷୀ ନେତା ଜିତିଛନ୍ତି। ଆମେ ଏକ ତାଙ୍କ ପାଇଁ ଲଢ଼ିଛୁ ଏବଂ ଜିତାଇଛୁ। ତେବେ ଏହି ଭିଡିଓରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବାକୁ ମିଳିଛି।

Advertisment

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ଗଣତି ଚାଲିଛି। ତେବେ ପ୍ରଥମ ଦିନରେ ୩୧୫ ଜୋନ୍ ମଧ୍ୟରୁ ୩୧୪ଟି ଫଳାଫଳ ବାହାରିଛି। ସେଥିମଧ୍ୟରୁ ବିଜେଡି ୨୮୧ଟି ଆସନରେ ବିଜୟୀ ହୋଇଛି। ଅର୍ଥାତ୍ ବିରୋଧୀ ବିଜେପି ଓ କଂଗ୍ରେସକୁ ମାତ୍ ଦେଇ ବିଜେଡି ପାଖାପାଖି ୯୦ ପ୍ରତିଶତ ଆସନରେ ଆଗରେ ରହିଛି। ତେବେ ଗୋଟିଏର ଫଳାଫଳ ଆସିନାହିଁ। ସେହିପରି ବିଜେପି ଓ କଂଗ୍ରେସ ବହୁ ପଛରେ ପଡ଼ି ଯାଇଛନ୍ତି। ବିଜେପି ୧୫ ଓ କଂଗ୍ରେସ ମାତ୍ର ୧୪ଟି ଆସନରେ ବିଜୟ ଲାଭ କରିଛନ୍ତି। ସେହିପରି ସ୍ୱାଧୀନ ପ୍ରାର୍ଥୀ ୨ଟି ଓ ଅନ୍ୟାନ୍ୟ ୨ଟିରେ ବିଜୟୀ ହୋଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe