Advertisment

ଦୁର୍ଘଟଣା ପରେ ତାତିଲେ ଲୋକେ; ଠେଙ୍ଗା ବାଡ଼ି ଧରି ରାସ୍ତାରୋକ୍‌ କଲେ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଦାନିପାଲି ଛକରେ ଗତକାଲି ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାତିଲେ ଲୋକେ। କ୍ଷତିପୂରଣ ପ୍ରଦାନ ସହ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଖୋଜି ଆଣିବା ଦାବିରେ ଗତକାଲି ସନ୍ଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଏପରିକି ହାତରେ ଠେଙ୍ଗା ବାଡ଼ି ଧରି ରାସ୍ତାରେ ଜଗି ରହିଥିଲେ । ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ଆଜି ସକାଳେ […]

author-image
Niharika Rout
ଅଦ୍ୟତନ ହୋଇଛି
ଦୁର୍ଘଟଣା ପରେ ତାତିଲେ ଲୋକେ; ଠେଙ୍ଗା ବାଡ଼ି ଧରି ରାସ୍ତାରୋକ୍‌ କଲେ

road block

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଦାନିପାଲି ଛକରେ ଗତକାଲି ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାତିଲେ ଲୋକେ। କ୍ଷତିପୂରଣ ପ୍ରଦାନ ସହ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତିଙ୍କୁ ଖୋଜି ଆଣିବା ଦାବିରେ ଗତକାଲି ସନ୍ଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ ରାସ୍ତାରୋକ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଏପରିକି ହାତରେ ଠେଙ୍ଗା ବାଡ଼ି ଧରି ରାସ୍ତାରେ ଜଗି ରହିଥିଲେ । ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଥିଲା। ଆଜି ସକାଳେ ପ୍ରଶାସନିକ ଅଧିକାରୀ ପହଞ୍ଚି କ୍ଷତିପୂରଣ ପ୍ରଦାନର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟି ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟାରେ ନିକଟରେ ଥିବା ଏକ ରାଇସ ମିଲର ଶ୍ରମିକ ଅଶୋକ ଗୁରୁ କାମ ସାରି ବିନିକା ପାତିକାରପଡାସ୍ଥିତ ନିଜ ଘରକୁ ସାଇକେଲ ଯୋଗେ ଫେରୁଥିଲେ। ଏହି ସମୟରେ ଏକ ଅଜଣା ଗାଡି ଧକ୍କାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ତାତିଲେ ଲୋକେ।

[caption id="attachment_727500" align="aligncenter" width="650"]accident ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି।[/caption]

Advertisment

ଉତ୍ୟକ୍ତ ଲୋକେ ବିନିକା-ବରପାଲି ମୁଖ୍ୟରାସ୍ତା ଉପରେ ଷ୍ଟ୍ରେଚରରେ ମୃତଦେହ ରଖି   କ୍ଷତିପୁରଣ ପ୍ରଦାନ ସହ ଦୁର୍ଘଟଣା ଘଟାଇଥିବା ଗାଡି ଚାଳକକୁ ଗିରଫ କରିବା ଦାବିରେ ରାତି ତମାମ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାରେ ଶହଶହ ଯାନବାହାନ ଅଟକି ରହିଥିଲା।  ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଥିଲେ।

[caption id="attachment_727502" align="aligncenter" width="650"]road-block ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି ।[/caption]

ଖବର ପାଇ ଗତକାଲି ରାତିରେ ପୁଲିସ୍‌ ଅଧିକାରୀଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଆଲୋଚନା କରିଥିଲେ ବି କିଛି ଫଳପ୍ରଦ ହୋଇ ନ ଥିଲା। ଏହାପରେ ଆଜି ସକାଳେ ସବକଲେକ୍ଟର,  ଆଡିସନାଲ ଏସ୍‌ପି, ଏଡିଏମ୍‌, ଏସଡିପିଓ, ବିଡିଓ, ଆଡିସନାଲ ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ  । ମୃତକଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଓ ରେଡକ୍ରସ୍‌ରୁ ୧୦ ହଜାର ଟଙ୍କା ପ୍ରଦାନ ପରେ ରାସ୍ତାରୋକ ହଟିଥିଲା। ଏହାପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି।

ସୂଚନାଯୋଗ୍ୟ, ପ୍ରାୟ ୧୫ ଦିନ ପୂର୍ବେ ବିବାହ କରିଥିଲେ ଅଶୋକ । ହେଲେ ନବବିବାହିତା ପତ୍ନୀଙ୍କ ହାତରୁ ମେହେନ୍ଦୀ ଲିଭି ନ ଥିବା ବେଳେ ଲିଭିଗଲା ମଥାର ସିନ୍ଦୂର। ଘରର ରୋଜଗାରିଆ ପୁଅକୁ ହରାଇ ପରିବାର ଲୋକ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି।