Advertisment

ସାତଜନ୍ମର ସାଥୀକୁ ପରକରି ଆରପାରିକୁ ଚାଲିଗଲା ନବବଧୂ

ବିନିକା (ଓଡ଼ିଶା ରିପୋର୍ଟର) ବିବାହ ପରେ ନବବଧୂ ସାଜି ଶାଶୁ ଘରେ ପାଦ ରଖିବାକୁ ବାକି ଥିଲା । ଆଉ ମାତ୍ର କେଇ ଘଣ୍ଟା ହେଲେ ତା ପୂର୍ବରୁ କନ୍ୟା ବେଶରେ ହିଁ ଚାଲିଗଲା ଜୀବନ । ପାଦରେ ଅଳତା, ହାତରେ ଶଂଖା ଓ ମଥାରେ ସିନ୍ଦୂର ପିନ୍ଧିବାର କେଇ ମୁହୂର୍ତ୍ତ ପରେ ହିଁ ସାତଜନ୍ମର ସାଥୀକୁ ପରକରି ସବୁଦିନ ପାଇଁ ଚାଲିଗଲା ନବ ବିବାହିତା କନ୍ୟା । ସୁବର୍ଣ୍ଣପୁର ବିନିକା ବ୍ଲକ ଜୁଲୁଣ୍ଡାରେ ଏଭଳି ଅଭାବନୀୟ […]

author-image
Tapas Behera
ସାତଜନ୍ମର ସାଥୀକୁ ପରକରି ଆରପାରିକୁ ଚାଲିଗଲା ନବବଧୂ

6bnm

ବିନିକା (ଓଡ଼ିଶା ରିପୋର୍ଟର) ବିବାହ ପରେ ନବବଧୂ ସାଜି ଶାଶୁ ଘରେ ପାଦ ରଖିବାକୁ ବାକି ଥିଲା । ଆଉ ମାତ୍ର କେଇ ଘଣ୍ଟା ହେଲେ ତା ପୂର୍ବରୁ କନ୍ୟା ବେଶରେ ହିଁ ଚାଲିଗଲା ଜୀବନ । ପାଦରେ ଅଳତା, ହାତରେ ଶଂଖା ଓ ମଥାରେ ସିନ୍ଦୂର ପିନ୍ଧିବାର କେଇ ମୁହୂର୍ତ୍ତ ପରେ ହିଁ ସାତଜନ୍ମର ସାଥୀକୁ ପରକରି ସବୁଦିନ ପାଇଁ ଚାଲିଗଲା ନବ ବିବାହିତା କନ୍ୟା । ସୁବର୍ଣ୍ଣପୁର ବିନିକା ବ୍ଲକ ଜୁଲୁଣ୍ଡାରେ ଏଭଳି ଅଭାବନୀୟ ଘଟଣାକୁ ନେଇ ପୁରା ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।

Advertisment

ମଥାରେ ସିନ୍ଦୁର, ହାତର ଶଂଖା ଆଉ ପାଦରେ ଅଳତା ଶୁଖିନଥିବା ବେଳେ ହଠାତ୍ ଆଖି ବୁଜିଦେଲା କନ୍ୟା । ଏପଟେ କିଛି ସମୟ ପୂର୍ବରୁ ହସଖୁସି ଓ ଆନନ୍ଦ ଉତ୍ସାହରେ ଫାଟିପଡ଼ୁଥିବା ପରିବେଶରେ ଛାଇଗଲା ଅସମ୍ଭବ ନୀରବତା । ନିର୍ବାକ ହୋଇଗଲେ ଉଭୟ କନ୍ୟା ଓ ବରପକ୍ଷ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଜୁଲୁଣ୍ଡାରେ ଆଜି ସକାଳେ ଘଟିଛି ଏଭଳି ଅଭାବନୀୟ ଘଟଣା।

ଜୁଲୁଣ୍ଡା ଗାଁର ସ୍ୱର୍ଗତ ମୁରଲୀ ସାହୁଙ୍କ ଏକମାତ୍ର ଝିଅ ରୋଜିଙ୍କର, ବଲାଙ୍ଗିର ଜିଲ୍ଲା ତେତେଲ ଗାଁର ବିଶିକେଶନ ପଧାନ ସହ ସ୍ଥିର ହୋଇଥିଲା ବିବାହ।  ସେହି ଅନୁସାରେ ଗତକାଲି ବଲାଙ୍ଗିରରୁ ବର ଓ ବରଯାତ୍ରୀ ଦଳ ଆସିବା ପରେ ଧୂମଧାମରେ ଭୋଜିଭାତ ଓ ବିବାହ ଉତ୍ସବ ଶେଷ ହୋଇଥିଲା । ତେବେ ଆଜି ସକାଳୁ  କନ୍ୟା ଶାଶୁଘରକୁ ଯିବା ପୂର୍ବରୁ ହଠାତ୍ ଅଚେତ ହୋଇ ପଡ଼ିଥିଲା । ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ଆଖି ବୁଜି ସାରିଥିଲା ରୋଜି । ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୁରା ଅଞ୍ଚଳରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ । କୁହାଯାଉଛି ଶାଶୁଘରକୁ ଯିବା ପୂର୍ବରୁ ଅତ୍ୟଧିକ କାନ୍ଦି ମୂର୍ଛା ଯିବା ପରେ ହୃଦଘାତରୁ କନ୍ୟାର ଏଭଳି ଅକାଳ ମୃତ୍ୟୁ ହୋଇଛି। ଆଜିକୁ ଦେଢ଼ବର୍ଷ ତଳେ ମୃତ କନ୍ୟାଙ୍କ ବାପା ମୁରଲୀ ସାହୁଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିଲା।

Advertisment