Advertisment

ବିଶ୍ୱ ଟାଏକ୍ୱୋଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ସୁବର୍ଣ୍ଣପୁରର ୨ କ୍ରୀଡ଼ାବିତ

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପୁଣି ବିଦେଶରେ କମାଲ କରିବେ ଦୁଇ ଓଡ଼ିଆ ଖେଳାଳି। ଆସନ୍ତା ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶରେ ଆଲବେନିଆ ଠାରେ ଅନୁଷ୍ଠିତ ହେବାକୁଥିବା ଓପନ ବିଶ୍ୱ ଟାଏକ୍ୱୋଣ୍ଡୋ ଜି-୧ ଚାମ୍ପିୟନଶିପରେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା ଏବଂ ଅନୁଷ୍କା ଦାଶ ଭାଗନେବାକୁ ମନୋନୀତ ହୋଇଛନ୍ତି। ଏହି ପ୍ରତିଯୋଗିତାରେ ୟୁରୋପ ଏବଂ ଏସିଆ ମହାଦେଶର ବଛା ବଛା ଖେଳାଳିମାନେ ନେବେ। ଆଉ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡିଶାର ଏହି ଦୁଇଜଣ ଖେଳାଳି […]

ବିଶ୍ୱ ଟାଏକ୍ୱୋଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ସୁବର୍ଣ୍ଣପୁରର ୨ କ୍ରୀଡ଼ାବିତ

taekwondo

Advertisment

ସୁବର୍ଣ୍ଣପୁର (ରବୀନ୍ଦ୍ର ହୋତା): ପୁଣି ବିଦେଶରେ କମାଲ କରିବେ ଦୁଇ ଓଡ଼ିଆ ଖେଳାଳି। ଆସନ୍ତା ଅକ୍ଟୋବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶରେ ଆଲବେନିଆ ଠାରେ ଅନୁଷ୍ଠିତ ହେବାକୁଥିବା ଓପନ ବିଶ୍ୱ ଟାଏକ୍ୱୋଣ୍ଡୋ ଜି-୧ ଚାମ୍ପିୟନଶିପରେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା ଏବଂ ଅନୁଷ୍କା ଦାଶ ଭାଗନେବାକୁ ମନୋନୀତ ହୋଇଛନ୍ତି।

Advertisment

ଏହି ପ୍ରତିଯୋଗିତାରେ ୟୁରୋପ ଏବଂ ଏସିଆ ମହାଦେଶର ବଛା ବଛା ଖେଳାଳିମାନେ ନେବେ। ଆଉ ଏଭଳି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଓଡିଶାର ଏହି ଦୁଇଜଣ ଖେଳାଳି ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି। ଏହା ପୁର୍ବରୁ ଏହେସାସ ୨ଟି ଅନ୍ତର୍ଜାତୀୟ, ୨ଟି ଓପନ ବିଶ୍ୱ ଚାମ୍ପିୟନଶିପ, ୨ଟି ସର୍ବଭାରତୀୟ ୟୁନିଭର୍ସିଟି ସହିତ ଅନେକ ଜାତୀୟ ପ୍ରତିଯୋଗିତାରେ ଭାଗନେଇ ପଦକ ଜିତିସାରିଛନ୍ତି।

ସେହିଭଳି ଅନୁଷ୍କା ମଧ୍ୟ ଗୋଟିଏ ଅନ୍ତର୍ଜାତୀୟ, ୩ଟି ଜାତୀୟ ସହ ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ପଦକ ଜିଣିସାରିଛନ୍ତି। ଏଥର ମଧ୍ୟ ଉଭୟ କ୍ରୀଡାବିତଙ୍କୁ ଏହି ପ୍ରତିଯୋଗିତାରେ ସଫଳତା ମିଳିବ ବୋଲି ଆଶା କରାଯାଉଛି।

Advertisment

କ୍ରୀଡ଼ାବିତଙ୍କ ପାଇଁ ଓଡ଼ିଶା ଟାଏକ୍ୱୋଣ୍ଡୋ ସଂଘ ପୁରୀ ଏବଂ ଇଣ୍ଡିଆ ଟାଏକ୍ୱୋଣ୍ଡୋ ସଂଘ ପକ୍ଷରୁ ଉଭୟ ଖେଳାଳିଙ୍କ ପାଇଁ ସମସ୍ତ ସୁବୁଧା ସୁଯୋଗ ଯୋଗାଇ ଦିଆଯାଇଛି। ଆଜି ସ୍ଥାନୀୟ କସ୍ତୁରୀ ହୋଟେଲ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଟାଏକ୍ୱୋଣ୍ଡୋ ସଂଘର ସଂପାଦକ ଏହେସାସ ହୋତା ଏହି ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe