ସୁବର୍ଣ୍ଣପୁର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍ ଆଘାତରେ ଦୁଇ ମୃତ। ମୃତକ ଦୁଇଜଣ ହେଲେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ପଣ୍ଡକିମାଲ ଗାଁର ରାଧେଶ୍ୟାମ ସାହୁ ଏବଂ ଗୋପ ସାହୁ। ନିଜ ବିଲରେ ବିଦ୍ୟୁତ୍ ସଂଯୋଗ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଛି। ଉଭୟେ ନିଜ ବିଲରେ ପାଣି ପମ୍ପ ସାହାଯ୍ୟରେ ଜଳସେଚନ ପାଇଁ ଉଦ୍ୟମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ତରଭା ଡାକ୍ତରଖାନାକୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଉଭୟଙ୍କ ଏଭଳି ଅକାଳ ବିୟୋଗରେ ସମଗ୍ର ତରଭା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ସୋନପୁରରୁ ଗଡ଼ିଲା ଟ୍ରେନ୍
ପ୍ରଥମ ଥର ପାଇଁ ସୋନପୁରବାସୀ ଟ୍ରେନରେ ସିଧାସଳଖ ପୁରୀ ଯିବାର ସୁଯୋଗ ପାଇଛନ୍ତି।
Crime
ଅବକାରୀ କାର୍ଯ୍ୟାଳୟରୁ ୪ ଲକ୍ଷରୁ ଅଧିକ ଟଙ୍କାର ଜବତ ଗଞ୍ଜେଇ ଚୋରି
ଚୋରମାନେ ଜବତ ବିୟର ଓ ହ୍ୱିସ୍କି ବି ନେଇଯାଇଛନ୍ତି।
Crime
ହୋମଗାର୍ଡ ମାଗୁଛି ଦେହର ସୁଖ !
ଜଣେ ସାଧାରଣ ହୋମଗାର୍ଡର ଏତେ ସାହସ ହେଲା କିପରି ? କାହା ବଳରେ ବଳିଆନ ହୋମଗାର୍ଡ ?
Human Intrest
ଜର୍ମାନୀ ଝିଅ ହେଲେ ଓଡ଼ିଆ ବୋହୂ
ପ୍ରେମ ପାଇଁ ସାତ ଦରିଆ ପାର ହୋଇ ଜର୍ମାନୀରୁ ଧାଇଁ ଆସି, ବିନିକା ବ୍ଲକ ସିନ୍ଦୁରପୁର ଗାଁର ଶ୍ରୁତି ବାଧିତ ଶିବାଜୀ ପଣ୍ଡାଙ୍କୁ ବିବାହ କରିଛନ୍ତି ।