/odisha-reporter/media/post_attachments/uploads/2017/08/lightening.jpg)
lightening
ସୁବର୍ଣ୍ଣପୁର(ରବିନ୍ଦ୍ର ହୋତା): ପହିଲି ରଜକୁ ନେଇ ସାରା ରାଜ୍ୟରେ ଲୋକେ ମଉଜରେ ମାତିଥିବା ବେଳେ ସୁବର୍ଣ୍ଣପୁରରେ ଘଟିଛି ଅଘଟଣ। କେନ୍ଦୁପତ୍ର ଫଡିରେ ଶ୍ରମିକମାନେ କାମ କରୁଥିବା ବେଳେ ଉପରୁ ଖସିଛି ମୃତ୍ୟୁ। ବଜ୍ରପାତରେ ଦୁଇ ଜଣକର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
Advertisment
ମୃତକମାନେ ହେଲେ ବହଳପଦର ଗାଁର ତ୍ରିଲୋଚନ ପଧାନ ଏବଂ କୁଆଖୋଲ ଅଂଚଳର ବାସନ୍ତୀ ମୁଣ୍ଡା । ଗୁରୁତର ଜଣକ ହେଲେ କୁଆଖୋଲ ଅଂଚଳର ସମାରୁ ମୁଣ୍ଡା । ଏଭଳି ଦୁଃଖଦ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ। ଆଜି ସଂଧ୍ୟା ୫ ଟାସମୟରେ ବର୍ଡାକଟା କେନ୍ଦୁପତ୍ର ଫଡିରେ ବଜ୍ରପାତ ହୋଇଥିଲା ।
ସେଠାରେ କେନ୍ଦୁପତ୍ର ବାନ୍ଧୁଥିବା ଶ୍ରମିକ ତ୍ରିଲୋଚନ ପଧାନ, ବାସନ୍ତୀ ମୁଣ୍ଡା ଓ ଏବସ ସମାରୁ ମୁଣ୍ଡା ଗୁରୁତର ହୋଇଥିଲେ । ତୁରନ୍ତ ଗୁରୁତରମାନଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସମାରୁ ବର୍ତମାନ ଚିକିତ୍ସାଧିନ ଅଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
