Advertisment

ସୁଭଦ୍ରାଙ୍କ ଦାରୁ ସ୍ଥଳରେ ମହାଯଜ୍ଞ ଆରମ୍ଭ

ଭୁବନେଶ୍ୱର: ଦେବୀ ସୁଭଦ୍ରାଙ୍କ ଦାରୁ ଛେଦନ ପ୍ରକ୍ରିୟା ପାଇଁ ଆଜି ଆରମ୍ଭ ହୋଇଯାଇଛି ମହାଯଜ୍ଞ। ସୂର୍ଯ୍ୟପୂଜା ପରେ ଆରମ୍ଭ ହୋଇଛି ମହାଯଜ୍ଞ। ଏଥିଲାଗି ବିଦ୍ୟାପତି ଓ ବିଶ୍ୱାବସୁଙ୍କୁ ବରଣ କରାଯାଇଛି। ଆସନ୍ତାକାଲି ମହାଯଜ୍ଞରେ ପୂର୍ଣ୍ଣାହୂତି ପରେ ଦାରୁ ଛେଦନ କରାଯିବ। ପ୍ରଥମେ ସୁନା କୁରାଢ଼ି, ପରେ ରୁପା କୁରାଢ଼ି ଓ ଲୁହା କୁରାଢ଼ି ସ୍ପର୍ଶ କରାଯିବା ପରେ ଦାରୁ ଛେଦନ କରାଯିବ। ଗତକାଲି ସକାଳେ ଭୂମି ଶୋଧନ ନୀତି ସଂପନ୍ନ ହୋଇଥିଲା। ସନ୍ଧ୍ୟାରେ ଅଙ୍କୁରାରୋପଣ ପରେ ସଂପନ୍ନ […]

ସୁଭଦ୍ରାଙ୍କ ଦାରୁ ସ୍ଥଳରେ ମହାଯଜ୍ଞ ଆରମ୍ଭ

mahajagyan

Advertisment

ଭୁବନେଶ୍ୱର: ଦେବୀ ସୁଭଦ୍ରାଙ୍କ ଦାରୁ ଛେଦନ ପ୍ରକ୍ରିୟା ପାଇଁ ଆଜି ଆରମ୍ଭ ହୋଇଯାଇଛି ମହାଯଜ୍ଞ। ସୂର୍ଯ୍ୟପୂଜା ପରେ ଆରମ୍ଭ ହୋଇଛି ମହାଯଜ୍ଞ। ଏଥିଲାଗି ବିଦ୍ୟାପତି ଓ ବିଶ୍ୱାବସୁଙ୍କୁ ବରଣ କରାଯାଇଛି। ଆସନ୍ତାକାଲି ମହାଯଜ୍ଞରେ ପୂର୍ଣ୍ଣାହୂତି ପରେ ଦାରୁ ଛେଦନ କରାଯିବ। ପ୍ରଥମେ ସୁନା କୁରାଢ଼ି, ପରେ ରୁପା କୁରାଢ଼ି ଓ ଲୁହା କୁରାଢ଼ି ସ୍ପର୍ଶ କରାଯିବା ପରେ ଦାରୁ ଛେଦନ କରାଯିବ। ଗତକାଲି ସକାଳେ ଭୂମି ଶୋଧନ ନୀତି ସଂପନ୍ନ ହୋଇଥିଲା। ସନ୍ଧ୍ୟାରେ ଅଙ୍କୁରାରୋପଣ ପରେ ସଂପନ୍ନ ହୋଇଥିଲା ଦିବ୍ୟଦାରୁଙ୍କ ମହାସ୍ନାନ ନୀତି। ସେପଟେ ଦେବୀ ସୁଭଦ୍ରାଙ୍କ ଦାରୁ ଦର୍ଶନ ଲାଗି ଅଢ଼ଙ୍ଗଗଡ଼ରେ ପ୍ରତିଦିନ ଶହ ଶହ ସଂଖ୍ୟାରେ ଭକ୍ତ ପହଞ୍ଚୁଛନ୍ତି। ସେମାନେ ଯେପରି ଶୃଙ୍ଖଳିତ ଭାବେ ଦାରୁ ଦର୍ଶନ କରିପାରିବେ ସେଥିଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe