Advertisment

ଶୁଭଶ୍ରୀ ହତ୍ୟା ମାମଲାରେ ନୟାଗଡ଼ ଲିଙ୍କ୍, ଜଣେ ଯୁବକଙ୍କୁ କରିଥିଲେ ଶେଷ କଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ  ଘଟଣାର ରହିଛି ନୟାଗଡ଼ ଲିଙ୍କ୍। ପୁଲିସ ନୟାଗଡ଼ର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପାଇଛି ବଡ଼ ସୁରାକ। ଶୁଭଶ୍ରୀ ମରିବାର ଅଧଘଣ୍ଟା ପୂର୍ବରୁ ସଂପୃକ୍ତ ଯୁବକଙ୍କୁ କରିଥିଲେ ଶେଷ କଲ୍। ସେହି କଲ୍‌ର ଅବଧି ଥିଲା ୨୭ ସେକେଣ୍ଡ। ମଙ୍ଗଳବାର ଶୁଭଶ୍ରୀଙ୍କର ସନ୍ଦେହଜନକଙ୍କ ଭାବେ ମୃତ୍ୟୁ ଘଟିଥିବା ବେଳେ ସେହିଦିନ ସେ ସଂପୃକ୍ତ ଯୁବକଙ୍କୁ ୭ ଥର କଲ୍‌ କରିଥିଲେ। ଶୁଭଶ୍ରୀଙ୍କ […]

ଅଦ୍ୟତନ ହୋଇଛି
ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ଶ୍ୱାସରୁଦ୍ଧ ହୋଇ ଯାଇଛି ଶୁଭଶ୍ରୀଙ୍କ ଜୀବନ

murder

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ  ଘଟଣାର ରହିଛି ନୟାଗଡ଼ ଲିଙ୍କ୍। ପୁଲିସ ନୟାଗଡ଼ର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପାଇଛି ବଡ଼ ସୁରାକ। ଶୁଭଶ୍ରୀ ମରିବାର ଅଧଘଣ୍ଟା ପୂର୍ବରୁ ସଂପୃକ୍ତ ଯୁବକଙ୍କୁ କରିଥିଲେ ଶେଷ କଲ୍। ସେହି କଲ୍‌ର ଅବଧି ଥିଲା ୨୭ ସେକେଣ୍ଡ।

Advertisment

ମଙ୍ଗଳବାର ଶୁଭଶ୍ରୀଙ୍କର ସନ୍ଦେହଜନକଙ୍କ ଭାବେ ମୃତ୍ୟୁ ଘଟିଥିବା ବେଳେ ସେହିଦିନ ସେ ସଂପୃକ୍ତ ଯୁବକଙ୍କୁ ୭ ଥର କଲ୍‌ କରିଥିଲେ। ଶୁଭଶ୍ରୀଙ୍କ ମୋବାଇଲ୍‌ରୁ ଶେଷ କଲ୍ ମଧ୍ୟ ତାଙ୍କ ପାଖକୁ ଯାଇଥିଲା। ଶୁଭଶ୍ରୀ ସଂପୃକ୍ତ ଯୁବକଙ୍କ ସହ ଶେଷ ଥର ପାଇଁ ୨୭ ସେକେଣ୍ଡ ପାଇଁ କଥା ହୋଇଥିଲେ। ତେବେ ସେ କ’ଣ କଥା ହୋଇଥିଲେ ପୁଲିସ ତାର ଖୋଳତାଡ଼ କରୁଛି। ସେହିପରି ଉକ୍ତ ଯୁବକଙ୍କ ସହ ଶୁଭଶ୍ରୀଙ୍କର କ’ଣ ସମ୍ପର୍କ ଥିଲା ସେ ବିଷୟରେ ବି ପୁଲିସ୍ ପଚରାଉଚରା କରୁଛି।

ପୁଲିସ ଶୁଭଶ୍ରୀଙ୍କ କଲ୍ ଡିଟେଲ୍ସକୁ ଯାଞ୍ଚ କରି ସଂପୃକ୍ତ ଯୁବକଙ୍କୁ ଆଜି ଖାରବେଳ ନଗର ପୁଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ସେହି ଯୁବକଙ୍କୁ ଶୁଭଶ୍ରୀଙ୍କ ସ୍ୱାମୀ ଚିହ୍ନିଥିବା ଜଣାଯାଇଛି।

Advertisment

ମଙ୍ଗଳବାର ଖାରବେଳନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ଘରୁ ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବେଡ୍‌ ଉପରେ ତାଙ୍କ ମୃତଦେହ ପଡ଼ିଥିଲା। ୪ ବର୍ଷର ପୁଅ ଟ୍ୟୁସନରୁ ଫେରି ଶୁଭଶ୍ରୀଙ୍କୁ ଏପରି ଅବସ୍ଥାରେ ପଡ଼ିଥିବା ଦେଖି ପାଖ ପଡ଼ୋଶୀଙ୍କୁ ଜଣାଇଥିଲା। ପଡ଼ୋଶୀମାନେ ଶୁଭଶ୍ରୀଙ୍କ ସ୍ୱାମୀଙ୍କୁ ଫୋନ୍ କରିଥିଲେ। ସେ ଆସିବା ପରେ ଶୁଭଶ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶୁଭଶ୍ରୀଙ୍କ ବେକରେ କଟା ଦାଗ ରହିଥିଲା।  ଶୁଭଶ୍ରୀଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି।  ସେ କାମକୁ ଯାଇଥିଲା ବେଳେ ଶୁଭଶ୍ରୀଙ୍କ ମୃତ୍ୟୁ ଘଟିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe