/odisha-reporter/media/post_attachments/uploads/2022/09/cita.jpg)
cita
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଢ଼ଣୀ ଖୋଲିବ ବହୁ ଚର୍ଚ୍ଚିତ ଭୁବନେଶ୍ୱର ଶାସ୍ତ୍ରୀନଗର ଶୁଭଶ୍ରୀ ମୃତ୍ୟୁ ମାମଲାର ଗୁମର। ବରୁଣେଇ ପାହାଡ଼ ବାଇପାସ୍ରୁ ଏକ ଜରି ଭିତରେ ଦିଆସିଲି ଖୋଳ ସହ ତାଙ୍କ ଓଢ଼ଣୀ ଠାବ ହେବା ପରେ ଏବେ ମାମଲା ପୁଣି ଭିନ୍ନ ମୋଡ଼ ନେଇଛି। ଏହାକୁ ନେଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ପୁଲିସ।
ତାଙ୍କ ମୃତ୍ୟୁ ପୂର୍ବରୁ କଣ ଘଟିଥିଲା, ସେ କାହିଁକି ଆତ୍ମହତ୍ୟା କଲେ ତାକୁ ନେଇ ପୁଲିସ ତଦନ୍ତ କରୁଛି। ସେପଟେ ତଦନ୍ତ ଶେଷ ପର୍ଯ୍ୟାରେ ପହଞ୍ଚିଥିବା କହିଛି ପୁଲିସ୍। ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏବେ ଶୁଭଶ୍ରୀଙ୍କ ପୁରୁଷବନ୍ଧୁଙ୍କ ପାଇଁ ଅଡୁଆ ବଢ଼ିଛି।
ପୁରୁଷବନ୍ଧୁ ଚିତ୍ତରଂଜନଙ୍କୁ ଧରି ତଦନ୍ତକୁ ଆଗକୁ ନେଇଛି ପୁଲିସ। ସୂଚନାଥାଉକି, ୨ ଦିନ ତଳେ ଶାସ୍ତ୍ରୀନଗର ଅଂଚଳରୁ ଶୁଭଶ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଶ୍ୱାସରୁଦ୍ଧରୁ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି।
ଶୁଭଶ୍ରୀ ମୃତ୍ୟୁ ଘଟଣାରେ ଖାରବେଳ ନଗର ଥାନା ପୁଲିସ ଗତକାଲି ନୟାଗଡ଼ର ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଶୁଭଶ୍ରୀ ମରିବାର ଅଧଘଣ୍ଟା ପୂର୍ବରୁ ସଂପୃକ୍ତ ଯୁବକଙ୍କୁ ଶେଷ କଲ୍ କରିଥିଲେ। ସେହି କଲ୍ର ଅବଧି ୨୭ ସେକେଣ୍ଡ ଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
