Advertisment

ଭୁବନେଶ୍ୱରରେ କର୍କଟ ହସ୍ପିଟାଲକୁ ମଂଜୁରୀ, ବାଗଚୀ ଦମ୍ପତି ଦେବେ ୩୪୦ କୋଟି ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଭୁବନେଶ୍ୱରରେ ହେବ ବାଗଚି-କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ । ପାଲିଆକ୍ଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ। ଏହି ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ। ଏଥିସହ ଭୁବନେଶ୍ୱରରେ ବାଗଚୀ- ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ […]

ଭୁବନେଶ୍ୱରରେ କର୍କଟ ହସ୍ପିଟାଲକୁ ମଂଜୁରୀ, ବାଗଚୀ ଦମ୍ପତି ଦେବେ ୩୪୦ କୋଟି ଟଙ୍କା

gbn

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ଭୁବନେଶ୍ୱରରେ ହେବ ବାଗଚି-କରୁଣାଶ୍ରୟ ପାଲିଆକ୍ଟିଟିଭ କେୟାର ସେଣ୍ଟର । ଏଥିପାଇଁ ୧୩୦ କୋଟି ଟଙ୍କା ଦେବେ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ । ପାଲିଆକ୍ଟିଭ କେୟାର ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇଦେବେ।

Advertisment

ଏହି ସେଣ୍ଟରରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ। ଏଥିସହ ଭୁବନେଶ୍ୱରରେ ବାଗଚୀ- ଶ୍ରୀ ଶଙ୍କର କର୍କଟ ହସ୍ପିଟାଲ ପ୍ରତିଷ୍ଠାକୁ ମଂଜୁରୀ ମିଳିଛି । କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରତ-ସୁସ୍ମିତା ବାଗଚୀ ଦେବେ ୨୧୦ କୋଟି ଟଙ୍କା । ଅର୍ଥାତ ଉଭୟ ପ୍ରକଳ୍ପ ପାଇଁ ବାଗ୍‌ଚୀ ଦମ୍ପତି ଦେବେ ୩୪୦ କୋଟି ଟଙ୍କା।

କ୍ୟାନସର ହସ୍ପିଟାଲ ପାଇଁ ଇନଫୋସିଟି-୨ରେ ରାଜ୍ୟ ସରକାର ୨୦ ଏକର ଜମି ଯୋଗାଇଦେବେ।  ଜାନୁଆରୀ ୨୦୨୪ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ। ସଂପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ।

Advertisment

ଏଥିସହ ସହରାଞ୍ଚଳରେ ଶିକ୍ଷାନୁଷ୍ଠାନ ମାନଙ୍କ ସହ ଭାଗିଦାରିରେ ଏସସି ଓ ଏସ୍‌ଟି ବର୍ଗର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ଅନ୍ୱେଷା ଯୋଜନାକୁ ଆଉ ୫ବର୍ଷ ଚାଲୁ ରଖିବା ପ୍ରସ୍ତାବକୁ ମିଳିଛି ମଂଜୁରୀ । ଏଥିପାଇଁ ୨୦୨୦-୨୧ରୁ ୨୦୨୪-୨୫ ବର୍ଷ ପାଇଁ ୫୬୯ କୋଟି ୯୦ଲକ୍ଷ ବ୍ୟୟ ଅଟକଳ ରଖାଯାଇଛି । ଆସନ୍ତା ୫ବର୍ଷ ଭିତରେ ଏହି ଯୋଜନାରେ ଅଢ଼େଇ ହଜାର ନୂଆ ଛାତ୍ରଛାତ୍ରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe