ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ ଡେଭଲପ୍ମେଣ୍ଟ୍ ଅଥରିଟି (ଓଏସ୍ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଥିଲେ।
ମଲ୍ଟିନ୍ୟାସନାଲ୍ ଆଇଟି କମ୍ପାନୀ ‘ମାଇଣ୍ଡଟ୍ରି’ରେ ଦେଖାଦେଇଥିବା ସମସ୍ୟାର ସମାଧାନ ସହ କମ୍ପାନୀକୁ ଉଦ୍ଧାର କରିବା ଦର୍ଶାଇ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ଟ୍ୱିଟ୍ କରି ସେ କହିଛନ୍ତି,“ମୁଁ ନିଶ୍ଚିତ ଭାବରେ ‘ଟ୍ରି’କୁ ସେମାନଙ୍କ କବଳରୁ ରକ୍ଷା କରିବି ଯେଉଁମାନେ ବୁଲ୍ଡୋଜର୍ ଓ ଚେନ୍ ନେଇ ଏହାକୁ କାଟିବା ପାଇଁ ଆସିଛନ୍ତି। ସେମାନେ ଏହି ସ୍ଥାନରେ ସପିଂମଲ୍ କରିବା ପାଇଁ ଚାହୁଁଛନ୍ତି।”
An imminent threat of hostile takeover of Mindtree has made me to resign from the Government to be able to go, save the company. I must protect the Tree from people who have arrived with bulldozers & saw chains to cut it down so that in its place, they can build a shopping mall.
— Subroto Bagchi (@skilledinodisha) March 17, 2019
୨୦୧୬ ମସିହାରେ ରାଜ୍ୟ ସରକାର ବାଗ୍ଚୀଙ୍କୁ ଓଏସ୍ଡିଏର ଚେୟାରମ୍ୟାନ୍ ଦାୟିତ୍ୱ ପ୍ରଦାନ କରିଥିଲେ। ବାଗ୍ଚୀଙ୍କୁ ରାଜ୍ୟ ସରକାର କ୍ୟାବିନେଟ୍ ପାହ୍ୟା ମଧ୍ୟ ପ୍ରଦାନ କରିଥିଲେ।