Advertisment

ଦୁଇ ସୂଚନା କମିଶନରଙ୍କ ନାଁ ଚୂଡ଼ାନ୍ତ: ରାଜ୍ୟପାଳଙ୍କ ସ୍ୱୀକୃତି ପରେ ହେବ ଘୋଷଣା

ଭୁବନେଶ୍ୱର: ଦୁଇ ସୂଚନା କମିଶନରଙ୍କ ନାମ ଚୂଡାନ୍ତ ହୋଇସାରିଛି। ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଶଶୀପ୍ରଭା ବିନ୍ଧାଣୀ ହେବେ ରାଜ୍ୟର ଦୁଇ ନୂଆ ସୂଚନା କମିଶନର। କେବଳ ରାଜ୍ୟପାଳଙ୍କ ସ୍ୱୀକୃତି ପରେ ସେମାନଙ୍କ ନାମ ଘୋଷଣା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ଏହି ଦୁଇ ଜଣଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏହି ବୈଠକରେ କମିଟିର ଅନ୍ୟ ଦୁଇ ସଦସ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ […]

ଅଦ୍ୟତନ ହୋଇଛି
ଦୁଇ ସୂଚନା କମିଶନରଙ୍କ ନାଁ ଚୂଡ଼ାନ୍ତ: ରାଜ୍ୟପାଳଙ୍କ ସ୍ୱୀକୃତି ପରେ ହେବ ଘୋଷଣା

odishasuchana

Advertisment

ଭୁବନେଶ୍ୱର: ଦୁଇ ସୂଚନା କମିଶନରଙ୍କ ନାମ ଚୂଡାନ୍ତ ହୋଇସାରିଛି। ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଶଶୀପ୍ରଭା ବିନ୍ଧାଣୀ ହେବେ ରାଜ୍ୟର ଦୁଇ ନୂଆ ସୂଚନା କମିଶନର। କେବଳ ରାଜ୍ୟପାଳଙ୍କ ସ୍ୱୀକୃତି ପରେ ସେମାନଙ୍କ ନାମ ଘୋଷଣା କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ଏହି ଦୁଇ ଜଣଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏହି ବୈଠକରେ କମିଟିର ଅନ୍ୟ ଦୁଇ ସଦସ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥିତ ଥିଲେ।

Advertisment

ଅନ୍ୟପକ୍ଷରେ ଦୁଇଟି ସୂଚନା କମିଶନର ପଦବୀ ପାଇଁ ଚୂଡ଼ାନ୍ତ ହୋଇଥିବା ଦୁଇଟି ନାଁକୁ ନେଇ ଖୁସି ନାହାନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର। ବୈଠକ ପରେ ସେ କହିଥିଲେ ଯେ ଏଲ.ଏନ୍ ପଟ୍ଟନାୟକ ଓ ଶଶିପ୍ରଭା ବିନ୍ଧଣୀଙ୍କ ନାମ ଚୂଡ଼ାନ୍ତ ହୋଇଛି। ତେବେ ସେ ଏହି ଦୁଇଟି ନାଁ ସହିତ ସହମତ ନାହାନ୍ତି।

ତେବେ କମିଟିର ୩ ସଦସ୍ୟଙ୍କ ମଧ୍ୟରୁ ଦୁଇ ଜଣଙ୍କ ସହମତି ଥିବା ଯୋଗୁ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଶଶୀପ୍ରଭା ବିନ୍ଧାଣୀ ପରବର୍ତ୍ତୀ ସୂଚନା କମିଶନର ହେବା ଏକ ପ୍ରକାର ନିଶ୍ଚିତ।

Advertisment

ଦୁଇଟି ସୂଚନା କମିଶନର ପଦବି ପାଇଁ ୪୦ ଜଣ ଆବେଦନ କରିଥିଲେ। ଏଥିରୁ ୬ ଜଣଙ୍କ ନାଁ ସର୍ଟଲିଷ୍ଟ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଜଣେ ମୁଖ୍ୟ କମିଶନରଙ୍କ ସହ ୩ ଜଣ ସୂଚନା କମିଶନର ରହିବା କଥା। ୨୦୧୩ରେ ସୂଚନା କମିଶନର ପଦରୁ ଜଗଦାନନ୍ଦ ଅବସର ନେଇଥିବା ବେଳେ ଗତ ଫେବୁଆରୀ ୧୨ ତାରିଖରେ ମୁଖ୍ୟ ସୂଚନା କମିଶନର ତରୁଣକାନ୍ତି ମିଶ୍ର ଇସ୍ତଫ। ଦେଇଥିଲେ। ଏବେ କେବଳ ଜଣେମାତ୍ର ରାଜ୍ୟ ସୂଚନା କମିଶନର ଭାବେ ପ୍ରମୋଦ ମହାନ୍ତି କାମ କରୁଛନ୍ତି। ତାଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇରେ ସରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe