Advertisment

ସେଇ ଝିଅ ପାଇଁ ଆମ ପୁଅ ମରିଛି, ଅଭିଯୋଗ ଆଣିଲେ ପରିବାର ଲୋକେ

କଟକ (ଓଡ଼ିଶା ରିପୋର୍ଟର): ପ୍ରେମିକା ପାଇଁ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିବାର ଲୋକେ ଆଜି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ପାଇଁ ମନୋଜଙ୍କ ଜୀବନ ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ ମନୋଜଙ୍କ ପରିବାର ପକ୍ଷରୁ ଜିଆର୍‌ପି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବତୀ ମନୋଜଙ୍କ ମୃତ୍ୟୁ ପାଇଁ ଦାୟୀ ଏବଂ ସେହି ଯୁବତୀଙ୍କ ଯୋଗୁଁ ମନୋଜଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗରେ […]

ଅଦ୍ୟତନ ହୋଇଛି
ସେଇ ଝିଅ ପାଇଁ ଆମ ପୁଅ ମରିଛି, ଅଭିଯୋଗ ଆଣିଲେ ପରିବାର ଲୋକେ

bcc

Advertisment

କଟକ (ଓଡ଼ିଶା ରିପୋର୍ଟର): ପ୍ରେମିକା ପାଇଁ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବକଙ୍କ ପରିବାର ଲୋକେ ଆଜି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି। ସମ୍ପୃକ୍ତ ଯୁବତୀଙ୍କ ପାଇଁ ମନୋଜଙ୍କ ଜୀବନ ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Advertisment

ଏନେଇ ମନୋଜଙ୍କ ପରିବାର ପକ୍ଷରୁ ଜିଆର୍‌ପି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।

ସମ୍ପୃକ୍ତ ଯୁବତୀ ମନୋଜଙ୍କ ମୃତ୍ୟୁ ପାଇଁ ଦାୟୀ ଏବଂ ସେହି ଯୁବତୀଙ୍କ ଯୋଗୁଁ ମନୋଜଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଦୀର୍ଘ ତିନିବର୍ଷ ଧରି ଯୁବତୀଙ୍କ ସହିତ ମନୋଜଙ୍କର ପ୍ରେମ ସମ୍ପର୍କ ଥିବାବେଳେ ଯୁବତୀ ଜଣକ ତାଙ୍କୁ ବିବାହର ପ୍ରତିଶୃତି ଦେଇ ଧୋକା ଦେଇଥିଲେ  ବୋଲି ପରିବାର ଲୋକ କହିଛନ୍ତି।

ତେବେ ମନୋଜଙ୍କ ପରିବାର ଲୋକଙ୍କୁ ବୟାନ୍‌କୁ ରେକର୍ଡ କରିଛି ଜିଆର୍‌ପି ପୁଲିସ। ଏହା ବ୍ୟତୀତ ସମ୍ପୃକ୍ତ ଯୁବତୀଙ୍କ ସହିତ ମନୋଜଙ୍କର କେତେଦିନ ଧରି ସମ୍ପର୍କ ରହିଥିଲା, ଏହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାଯୋଗ୍ୟ, କଟକ ଜିଲ୍ଲା ନିଆଳି ଅଞ୍ଚଳର ମନୋଜ ସ୍ୱାଇଁ ପ୍ରେମରେ ଧୋକା ପାଇବା ପରେ ଟ୍ରେନ୍‌ ଆଗକୁ ଡେଇଁ ଗତକାଲି ଆତ୍ମହତ୍ୟା କରିଥିଲେ। ଆଉ ଆତ୍ମହତ୍ୟା କରିବା ପୂର୍ବରୁ ନିଜ ପ୍ରେମ ଓ ପ୍ରତାରଣାର କାହାଣୀ ମୋବାଇଲରେ ଭିଡିଓ ରେକଡିଂ କରିଥିଲେ। ସେଥିରେ ସେ କହିଥିଲେ- ଜୀବନରେ କେବେ କୌଣସି ଝିଅକୁ ମନ ଦେଇ ବେଶୀ ଭଲ ପାଇବ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe