Advertisment

ସୁଦାମ ମାରାଣ୍ଡିଙ୍କୁ ଆଜୀବନ ଅସହଯୋଗ କରିବ ସାନ୍ତାଳ ସମ୍ପ୍ରଦାୟ

ବାରିପଦା: କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଆଜୀବନ ଅସହଯୋଗ କରିବ ସାନ୍ତାଳ ସମ୍ପ୍ରଦାୟ। ମାରାଣ୍ଡି ନିଜ ଝିଅକୁ ଅଣଆଦିବାସୀ ଘରେ ବାହା କରିଥିବାରୁ ସାନ୍ତାଳ ସମ୍ପ୍ରଦାୟରୁ ଏକ ପ୍ରକାର ବାସନ୍ଦ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାନ୍ତାଳ ସମ୍ପ୍ରଦାୟ ମୁଖିଆଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ମନ୍ତ୍ରୀ ମାରାଣ୍ଡି ତାଙ୍କ ଝିଅକୁ ବ୍ରହ୍ମାଣ ପରିବାରରେ ବାହା କରି ସାନ୍ତାଳ ସମ୍ପ୍ରଦାୟର ନୀତି ନିୟମକୁ ଉଲ୍ଲଂଘନ କରିଛନ୍ତି ବୋଲି ମତ […]

ସୁଦାମ ମାରାଣ୍ଡିଙ୍କୁ ଆଜୀବନ ଅସହଯୋଗ କରିବ ସାନ୍ତାଳ ସମ୍ପ୍ରଦାୟ

sudam and santala4

Advertisment

sudam and santala2ବାରିପଦା: କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଆଜୀବନ ଅସହଯୋଗ କରିବ ସାନ୍ତାଳ ସମ୍ପ୍ରଦାୟ। ମାରାଣ୍ଡି ନିଜ ଝିଅକୁ ଅଣଆଦିବାସୀ ଘରେ ବାହା କରିଥିବାରୁ ସାନ୍ତାଳ ସମ୍ପ୍ରଦାୟରୁ ଏକ ପ୍ରକାର ବାସନ୍ଦ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳର ସାନ୍ତାଳ ସମ୍ପ୍ରଦାୟ ମୁଖିଆଙ୍କୁ ନେଇ ଏକ ବୈଠକ ବସିଥିଲା। ଏଥିରେ ମନ୍ତ୍ରୀ ମାରାଣ୍ଡି ତାଙ୍କ ଝିଅକୁ ବ୍ରହ୍ମାଣ ପରିବାରରେ ବାହା କରି ସାନ୍ତାଳ ସମ୍ପ୍ରଦାୟର ନୀତି ନିୟମକୁ ଉଲ୍ଲଂଘନ କରିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଏହି ସମସ୍ୟାର ସମାଧାନ ପାଇଁ ମାରାଣ୍ଡିଙ୍କୁ ମଧ୍ୟ ବୈଠକକୁ ଡକାଯାଇଥିଲା। ହେଲେ ସେ ଆସି ନ ଥିଲେ। ଫଳରେ ସାନ୍ତାଳ ସମ୍ପ୍ରଦାୟର ମୁଖିଆମାନେ ବାଧ୍ୟ ହୋଇ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏ ନେଇ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe