Advertisment

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିବ ଇଟାଲିୟନ ଗୋଲ୍ଡେନ ଆୱାର୍ଡ଼

ଭୁବନେଶ୍ୱର: ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିବ ଅନ୍ତର୍ଜାତୀୟ ସମ୍ମାନ। ତାଙ୍କର ଚୟନ ପ୍ରତିଷ୍ଠିତ ‘ଇଟାଲିୟନ ଗୋଲ୍ଡେନ ସାଣ୍ଡ୍ ଆର୍ଟ ଆୱାର୍ଡ଼ ୨୦୧୯’ ପାଇଁ ହୋଇଛି। ନଭେମ୍ବର ୧୩ରୁ ୧୮ ଭିତରେ ଇଟାଲିରେ ହେବାକୁ ଥିବା ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। I have been selected for “Italian Golden sand art award 2019” And I will be felicitated during the International scorrana […]

author-image
Chinmayee Roy
ଅଦ୍ୟତନ ହୋଇଛି
ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିବ ଇଟାଲିୟନ ଗୋଲ୍ଡେନ ଆୱାର୍ଡ଼

sudarshan

ଭୁବନେଶ୍ୱର: ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିବ ଅନ୍ତର୍ଜାତୀୟ ସମ୍ମାନ। ତାଙ୍କର ଚୟନ ପ୍ରତିଷ୍ଠିତ ‘ଇଟାଲିୟନ ଗୋଲ୍ଡେନ ସାଣ୍ଡ୍ ଆର୍ଟ ଆୱାର୍ଡ଼ ୨୦୧୯’ ପାଇଁ ହୋଇଛି। ନଭେମ୍ବର ୧୩ରୁ ୧୮ ଭିତରେ ଇଟାଲିରେ ହେବାକୁ ଥିବା ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ।

Advertisment

https://twitter.com/sudarsansand/status/1190302210308984833

ସୁଦର୍ଶନ କହିଛନ୍ତି ଯେ ସେ ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ରେ ଭାରତର ପ୍ରତିନିଧିତ୍ୱ କରିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଚ୍ଚନାୟକ ମଧ୍ୟ ଟ୍ୱିଟ୍‌ କରି ସୁଦର୍ଶନଙ୍କର ଏହି ଉପଲବ୍ଧିରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ‘ପଦ୍ମଶ୍ରୀରେ ସମ୍ମାନିତ ପ୍ରଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରତିଷ୍ଠିତ ‘ଇଟାଲିୟନ ଗୋଲ୍ଡେନ ସାଣ୍ଡ ଆର୍ଟ ଆୱାର୍ଡ଼ ୨୦୧୯’ରେ ମନୋନିତ ହୋଇଥିବାରୁ ଅନେକ ଶୁଭେଚ୍ଛା। ତାଙ୍କର ବାଲୁକାକଳା ସାରା ବିଶ୍ୱରେ ଓଡ଼ିଶାକୁ ଗୌରବାନ୍ୱିତ କରେ।’

https://twitter.com/CMO_Odisha/status/1190523350944112640

ସୁଦର୍ଶନ କହିଛନ୍ତି ଯେ ତାଙ୍କୁ ‘ପ୍ରୋମୁଓଭି ସ୍କୋରାନା’ର ଅଧକ୍ଷ ଭିତୋ ମାରାଶିଓଙ୍କ ତରଫରୁ ଏକ ଚିଠି ମିଳିଥିଲା, ଯେଉଁଥିରେ ଏହି ସମ୍ମାନ ପାଇଁ ତାଙ୍କର ଚୟନ ହୋଇଥିବା ସୂଚନା ଦିଆଯାଇଥିଲା। ଏନେଇ ନିଜ ଖୁସି ବ୍ୟକ୍ତ କରି ସୁଦର୍ଶନ କହିଛନ୍ତି, ‘ମୁଁ ଏହା ଜାଣି ବହୁତ ଖୁସି ଯେ  ମୁଁ ଏହି ପୁରସ୍କାର ପାଇଁ ମନୋନିତ ହୋଇଛି। ଏହି ସମାରୋହର ଅଂଶ ହୋଇ ମୁଁ ଅନେକ ଗର୍ବ ଅନୁଭବ କରୁଛି।’

Advertisment