Advertisment

ସୁଦର୍ଶନ ରଣା +୨ ବିଜ୍ଞାନ ଟପ୍ପର-+2 result in Odisha

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁପିଟର ସାଇନ୍ସ ସ୍କୁଲ ଛାତ୍ର ସୁଦୀପ ସୁଦର୍ଶନ ରଣା ଚଳିତ ବର୍ଷର +୨ ବିଜ୍ଞାନ ଟପ୍ପର ହୋଇଛନ୍ତି।  ମୋଟ ୬ଶହରୁ ସର୍ବାଧିକ ୫୭୪ ନମ୍ବର ରଖି ଟପ୍ପର  ହୋଇଛନ୍ତି ସୁଦୀପ। ଏହାବ୍ୟତୀତ ସରସ୍ପତୀ ଶିଶୁ ବିଦ୍ୟାମନ୍ଦିରର ସାର୍ଥକ ରଞ୍ଜନ ରାଉତ (୫୬୬) ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ  ଟାଙ୍ଗୀ ଟେଟ୍ରାହେଡ୍ରନ ସ୍କୁଲର ଶୁଭଜିତ ସାହୁ ୫୬୫ ରଖି ତୃତୀୟ ସ୍ଥାନରେ ରହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ୍ ୩ ଲକ୍ଷ […]

author-image
Niharika Rout
ଅଦ୍ୟତନ ହୋଇଛି
ପ୍ରକାଶ ପାଇଲା ଯୁକ୍ତ ଦୁଇ କଳାର ରେଜଲ୍ଟ, ପାସ୍‌ ହାର ୬୭.୫୬%

result-2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୁପିଟର ସାଇନ୍ସ ସ୍କୁଲ ଛାତ୍ର ସୁଦୀପ ସୁଦର୍ଶନ ରଣା ଚଳିତ ବର୍ଷର +୨ ବିଜ୍ଞାନ ଟପ୍ପର ହୋଇଛନ୍ତି।  ମୋଟ ୬ଶହରୁ ସର୍ବାଧିକ ୫୭୪ ନମ୍ବର ରଖି ଟପ୍ପର  ହୋଇଛନ୍ତି ସୁଦୀପ।

Advertisment

ଏହାବ୍ୟତୀତ ସରସ୍ପତୀ ଶିଶୁ ବିଦ୍ୟାମନ୍ଦିରର ସାର୍ଥକ ରଞ୍ଜନ ରାଉତ (୫୬୬) ନମ୍ବର ରଖି ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ  ଟାଙ୍ଗୀ ଟେଟ୍ରାହେଡ୍ରନ ସ୍କୁଲର ଶୁଭଜିତ ସାହୁ ୫୬୫ ରଖି ତୃତୀୟ ସ୍ଥାନରେ ରହିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ରେ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ  ମୋଟ ୯୭, ୩୭୭  ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିଲେ।  ଚଳିତ ବର୍ଷ ୭୦.୨୧% ଛାତ୍ରଛାତ୍ରୀ ପାସ୍ କରିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ଚଳିତ ବର୍ଷ ମୋଟ ୬୮, ୩୭୪ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।  ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୩୮, ୩୦୧ (୩୯%)।  ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୩୦, ୦୭୩ (୩୧%)।  ସେମାନଙ୍କ ମଧ୍ୟରୁ ୨୫, ୩୩୯ (୨୬%) ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ୨୪, ୧୨୧ (୨୪.୮ତ୍ରଛାତ୍ରୀ %) ଛା୨ୟ ଶ୍ରେଣୀରେ ରହିଥିବା ବେଳେ ୩ୟ ଶ୍ରେଣୀରେ ୧୮, ୨୬୮ (୧୯%) ଛାତ୍ରଛାତ୍ରୀ ରହିଛନ୍ତି। ୯୦%ରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି ୧୩୭ ଛାତ୍ରଛାତ୍ରୀ।

Odisha +2 Result