Advertisment

ଅସହ୍ୟ ହେଲା ଯନ୍ତ୍ରଣା, ବିଧାନସଭା ସମ୍ମୁଖରେ ପିଇଲେ ବିଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରଙ୍କ ଭୁଲ୍‌ ଯୋଗୁ ଅଚଳ ହୋଇଗଲାଣି ଗୋଡ଼। ଉନ୍ନତ ମାନର ଚିକିତ୍ସା ପାଇଁ ପାଖରେ ନାହିଁ ସମ୍ବଳ। ଗୁହାରୀ କଲେ ବି ସରକାର ଶୁଣୁ ନାହାନ୍ତି। ଏପରିକି ଇଚ୍ଛାମୃତ୍ୟୁ ପାଇଁ ବି ଅନୁମତି ଦେଉ ନାହାନ୍ତି। ଯନ୍ତ୍ରଣା ଅସହ୍ୟ ହେଉଥିବା ବେଳେ ଚାରି ଆଡ଼ୁ ନିରାଶ ହୋଇ ଆଜି ବିଧାନସଭା ସମ୍ମୁଖରେ ସେ ହାତ କାଟି ଦେବା ସହ ବିଷ ପିଇ ଦେଇଥିଲେ। ତାଙ୍କ ନାଁ ଦୁଷ୍ମନ୍ତ ଦାସ। ତାଙ୍କ ଘର ଜଗତସିଂପୁର […]

ଅଦ୍ୟତନ ହୋଇଛି
ଅସହ୍ୟ ହେଲା ଯନ୍ତ୍ରଣା, ବିଧାନସଭା ସମ୍ମୁଖରେ ପିଇଲେ ବିଷ

suicide attempt

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡାକ୍ତରଙ୍କ ଭୁଲ୍‌ ଯୋଗୁ ଅଚଳ ହୋଇଗଲାଣି ଗୋଡ଼। ଉନ୍ନତ ମାନର ଚିକିତ୍ସା ପାଇଁ ପାଖରେ ନାହିଁ ସମ୍ବଳ। ଗୁହାରୀ କଲେ ବି ସରକାର ଶୁଣୁ ନାହାନ୍ତି। ଏପରିକି ଇଚ୍ଛାମୃତ୍ୟୁ ପାଇଁ ବି ଅନୁମତି ଦେଉ ନାହାନ୍ତି। ଯନ୍ତ୍ରଣା ଅସହ୍ୟ ହେଉଥିବା ବେଳେ ଚାରି ଆଡ଼ୁ ନିରାଶ ହୋଇ ଆଜି ବିଧାନସଭା ସମ୍ମୁଖରେ ସେ ହାତ କାଟି ଦେବା ସହ ବିଷ ପିଇ ଦେଇଥିଲେ। ତାଙ୍କ ନାଁ ଦୁଷ୍ମନ୍ତ ଦାସ। ତାଙ୍କ ଘର ଜଗତସିଂପୁରଜିଲ୍ଲା କୁଜଙ୍ଗରେ।

Advertisment

ଗୁରୁତର ଅବସ୍ଥାରେ ଦୁଷ୍ମନ୍ତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଅଭିଯୋଗ ଅନୁଯାୟୀ, ଗତ ୨୦୨୦ ମାର୍ଚ୍ଚ ୨୨ରେ ସଡ଼କ ଦୁର୍ଘଟଣାରେ ଦୁଷ୍ମନ୍ତଙ୍କ ବାମ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା। ଚିକିତ୍ସା ନିମନ୍ତେ ସେ  କଟକ ବଡ଼ ମେଡ଼ିକାଲ ଯାଇଥିଲେ।  ଡାକ୍ତରଙ୍କ ପରାମର୍ଶ ଅନୁସାରେ ପ୍ରଥମ ଅପରେସନ ମାର୍ଚ୍ଚ ୨୩ରେ କରାଯାଇଥିଲା । ଦ୍ୱିତୀୟ ଅପରେସନ ୨୦୨୦ ଜୁନ୍ ୧୯ ତାରିଖରେ କରାଯାଇଥିଲା। ଏହାପରେ ୨୦୨୦ ଜୁଲାଇ ୧୫ରେ କରୋନା ସଂକ୍ରମଣର ଆଳ କରି ତାଙ୍କୁ ଘରକୁ  ପଠାଇ ଦିଆଗଲା। ତାପରଠୁ ଅବହେଳା କରାଯାଉଛି। ଚିକିତ୍ସା ପାଇଁ ବିଭିନ୍ନ ସ୍ତରରେ ଗୁହାରୀ କରିଥିଲେ ବି ନିରାଶ ହୋଇଛନ୍ତି ଦୁଷ୍ମନ୍ତ। ଆଉ ଶେଷରେ କୌଣସି ଉପାୟ ନ ପାଇ ସେ ଆଜି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

Advertisment

ଦୁଷ୍ମନ୍ତ କହିଛନ୍ତି, “ଚିକିତ୍ସା ଅଭାବରୁ ଦେହ କ୍ରମଶଃ ଖରାପ ହେବାରେ ଲାଗିଲା। ଗତ ନଭେମ୍ବର ୨୪ ତାରିଖରେ ଘରୁ ମୋତେ ନେଇ ଆଡ଼ମିଶନ କରାଇ ଜିଲା ପ୍ରଶାସନ ତାର କାର୍ଯ୍ୟ ସାରିଦେଲା। ଅସ୍ଥିଶଲ୍ୟ ବିଭାଗ ଡାକ୍ତର ପରୋକ୍ଷ ଭାବରେ ନିଜର ଡିପାର୍ଟମେଣ୍ଟର ଭୁଲ୍ ଅପରେସନ କରିଥିବା ଓ ଚିକିତ୍ସାରେ ଅବହେଳା କରିଥିବା ମାନିଲେ। ହେଲେ ପରବର୍ତ୍ତୀ ଚିକିତ୍ସା ଏସ୍‌ସିବିରେ ସମ୍ଭବ ନୁହେଁ ବୋଲି କହିଥିଲେ। ସରକାର ଚାହିଁଲେ ମୋ ଗୋଡ଼ ଭଲ ହୋଇଯିବ ବୋଲି କହିଲେ । ହେଲେ ଏସିସିବି ଅଧୀକ୍ଷକ ଅଭିଯୋଗ ଗ୍ରହଣ କଲେ ନାହିଁ।

ଏହାପରେ ବିଜୁ କୃଷକ କଲ୍ୟାଣ କାର୍ଡରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରାଇଭେଟ୍ ହସ୍ପିଟାଲରେ ଚିକିତ୍ସା ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ କରାଗଲା। ହେଲେ ଦୁଇଟି ପ୍ରାଇଭେଟ ହସ୍ପିଟାଲ ଆଡମିଶନ କରିବାକୁ ମନା କଲେ। ସେମାନେ ଲିଖିତ ଭାବେ ଆଣିବାକୁ କହିବା ପରେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମନା କରି ଦେଲେ।

ନବୀନ ନିବାସ ଯିବାରୁ ସେଠାରେ ଏସସିବି ଯିବାକୁ କୁହାଗଲା। କିନ୍ତୁ ଗତ ୧୬ ତାରିଖରେ ଏସସିବିରେ ଆଡମିଶନ ହେବା ପରେ ବି କୌଣସି ଚିକିତ୍ସା ମିଳିଲାନି। ଏହାପରେ ଦିନକୁ ଦିନ ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟହୋଇ ସ୍ୱାସ୍ଥ୍ୟ ସଚିବ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛି।”

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe