ଶୁଣିଲେନି ଦିବ୍ୟଶଙ୍କର, କହିଲେ-ଯାହା କରିବାର ଅଛି କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କିଛି ଦିନ ତଳେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବା କୁଜଙ୍ଗ ଅଞ୍ଚଳର ମାଆ-ପୁଅ। ସାମ୍ବାଦିକ ସମ୍ମିଳନୀ କରି ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଉଭୟ କହିଛନ୍ତି, ପୁଅକୁ ନ୍ୟାୟ ଦାବିରେ ବିଧାନସଭା ଆଗରେ ଆତ୍ମାହୁତି ଦେବା ପୂର୍ବରୁ ଆମେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟିଥିଲୁ । କିନ୍ତୁ ମନ୍ତ୍ରୀ ଏସବୁ ପାଇଁ ସମୟ ନାହିଁ, ଯାହା କରିବାର ଅଛି […]

sucide-attempt-2

Madhupriya Mistry
  • Published: Tuesday, 01 December 2020
  • , Updated: 01 December 2020, 03:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କିଛି ଦିନ ତଳେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବା କୁଜଙ୍ଗ ଅଞ୍ଚଳର ମାଆ-ପୁଅ। ସାମ୍ବାଦିକ ସମ୍ମିଳନୀ କରି ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଉଭୟ କହିଛନ୍ତି, ପୁଅକୁ ନ୍ୟାୟ ଦାବିରେ ବିଧାନସଭା ଆଗରେ ଆତ୍ମାହୁତି ଦେବା ପୂର୍ବରୁ ଆମେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟିଥିଲୁ । କିନ୍ତୁ ମନ୍ତ୍ରୀ ଏସବୁ ପାଇଁ ସମୟ ନାହିଁ, ଯାହା କରିବାର ଅଛି କର ବୋଲି କହିଥିଲେ । ତେଣୁ ଆମେ ବିଧାନସଭା ନିକଟରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ମାଆ ପୁଅ ଅଭିଯୋଗ କରିଛନ୍ତି ।

ସେମାନେ ଆହୁରି କହିଛନ୍ତି, ତାଙ୍କର ଆଉ ଗୋଟିଏ ପୁଅ ଅମୃତ ଦାସଙ୍କ ମୃତ୍ୟୁ ପଛରେ ବଡ ବଡ ନେତାଙ୍କ ହାତ ରହିଛି । ଏଥିପାଇଁ ମନ୍ତ୍ରୀଙ୍କ ଚାପରେ ଆସି ଏସପି ତଦନ୍ତ କରୁନାହାନ୍ତି । ପୁଅକୁ ନ୍ୟାୟ ଦେବା ପାଇଁ ସବୁ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି  ଓ କ୍ରାଇମବ୍ରାଞ୍ଚ ସମସ୍ତଙ୍କ ପାଖରେ ଗୁହାରି କରିଛୁ ।  କିନ୍ତୁ କେହି ଶୁଣିଲେନି। ଯଦି ଆମ ପୁଅକୁ ନ୍ୟାୟ ନମିଳେ ତେବେ ଆତ୍ମାହୁତି ଦେବୁ ବୋଲି ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ ମାଆ-ପୁଅ ଧମକ ଦେଇଛନ୍ତି ।

ଶୀତ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ପଛପଟେ ଇଡକଲ ରାସ୍ତାରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ କୁଜଙ୍ଗ ଅଂଚଳର ମା ସୁଲୋଚନା ଦାସ ଓ ପୁଅ ସୁବ୍ରୋତ ଦାସ ।  ଉଭୟଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ । ପୁଅ ହତ୍ୟାର ନ୍ୟାୟ ନପାଇ ଦୁହେଁ ଆତ୍ମାହୁତି ଉଦ୍ୟମ କରିଥିଲେ । ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।

Related story