/odisha-reporter/media/post_attachments/uploads/2022/07/Untitled-1-68.jpg)
sucide
କଟକ(ଓଡ଼ିଶା ରିପୋର୍ଟର):ସହିପାରିଲାନି ସ୍ୱାମୀର ନିର୍ଯାତନା। ଶେଷରେ ମାସକର ଛୁଆକୁ ନେଇ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲା ସ୍ତ୍ରୀ। ତେବେ ଆତ୍ମହତ୍ୟା କରିବା ପାଇଁ ଯାଇଥିବା ବେଳେ ପୁଲିସ୍ ତାଙ୍କୁ ଓ ତାଙ୍କ ଛୁଆକୁ ଉଦ୍ଧାର କରିଥିଲା। ଏପରି ଏକ ଘଟଣା ଘଟିଛି କଟକ ରେଳ ଷ୍ଟେସନରେ। ଉକ୍ତ ମହିଳାଙ୍କ ଘର କଟକର ମଙ୍ଗଳବାଗ ଅଞ୍ଚଳରେ ବୋଲି ଜଣାଯାଇଛି।
Advertisment
ଗତକାଲି ରାତିରେ ଜଣେ ମହିଳା ନିଜର ମାସକର ଛୁଆକୁ ନେଇ କଟକ ରେଳ ଷ୍ଟେସନରେ ଆତ୍ମହତ୍ୟା କରିବା ପାଇଁ ରେଳ ଧାରଣା ଉପରେ ବସିଥିଲେ। ଏହି ସମୟରେ ପାଟ୍ରୋଲିଂ କରୁଥିବା ମହିଳା ଆରପିଏଫ ଅଫିସରଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ରେଳ ଧାରଣା ଉପରେ କାହିଁକି ବସିଛି ବୋଲି ସେ ପଚାରିବା ସହ ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରିଥିଲେ। ପରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଡକାଇ ବୁଝାସୁଝା କରି ମହିଳାଙ୍କୁ ତାଙ୍କ ପରିବାର ଲୋକଙ୍କ ଜିମାରେ ଦେଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
