Advertisment

Rajya Sabha Elections: ସୁଜିତଙ୍କୁ ସର୍‌ପ୍ରାଇଜ୍‌!

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରେ ରହିଛି ସୁଜିତ କୁମାରଙ୍କ ନାଁ। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଦଳ ତାଙ୍କୁ ପୁଣି ରିପିଟ୍ କରିଛି।

Sujit
Advertisment

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରେ ରହିଛି ସୁଜିତ କୁମାରଙ୍କ ନାଁ। ସେ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ଆସନ୍ତା ଏପ୍ରିଲ ୨ ତାରିଖରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଦଳ ତାଙ୍କୁ ପୁଣି ରିପିଟ୍ କରିଛି।

Advertisment

ଦଳର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିବା ପରେ ସାଂସଦ ସୁଜିତ କୁମାର ଦଳର ସମସ୍ତ କର୍ମକର୍ତ୍ତା, ରାଜ୍ୟ ଓ କେନ୍ଦ୍ରୀୟ ନେତୃବୃନ୍ଦ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶାବାସୀଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି ବୋଲି କହିଛନ୍ତି। ଗଣମାଧ୍ୟମରେ ଆଲୋଚନା ହେଉଥିଲା। କିନ୍ତୁ ମୁଁ କିଛି ଜାଣି ନଥିଲି। ଏହା ମୋ ପାଇଁ ସରପ୍ରାଇଜ୍। 

ସୁଜିତ କୁମାର କହିଛନ୍ତି ଯେ ଗତ ୬ ବର୍ଷରେ ସେ  ଓଡ଼ିଶା ଓ ଭାରତ ପାଇଁ ବିଭିନ୍ନ ପ୍ରସଙ୍ଗରେ ସଂସଦ ଏବଂ ବିଭିନ୍ନ ପ୍ଲାଟଫର୍ମରେ ସ୍ୱର ଉଠାଇଛନ୍ତି। ତାହା ଆଗକୁ ଜାରି ରହିବ ଓ ତ୍ୱରାନ୍ୱିତ ହେବ। ଦଳ ଯେଉଁ ଦାୟିତ୍ୱ ଦେଇଛି ସେ ତାକୁ ତୁଲାଇବେ। କେବିକେର ପ୍ରସଙ୍ଗଗୁଡ଼ିକୁ ସଂସଦରେ ଉଠାଇବେ। ଏହାର ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ତ କଥା ଉଠାଇବେ। 

Advertisment

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ମଧ୍ୟ ଦଳ ରାଜ୍ୟସଭା ଟିକେଟ ଦେଇଛନ୍ତି। ତାଙ୍କ ନାମକୁ ନେଇ ଚର୍ଚ୍ଚା ଚାଲିଥିଲା। ସେହିପରି ସୁଜିତ୍ କୁମାରଙ୍କୁ ରିପିଟ୍ କରାଯାଇପାରେ ବୋଲି ବି କୁହାଯାଉଥିଲା।   

ସେହିପରି ବିଜେପି ପକ୍ଷରୁ ଜାରି କରାଯାଇଥିବା ତାଲିକାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ନାମ ରହିଛି। ସେ ଏବେ ବିହାର ବିଧାନସଭାର ସଦସ୍ୟ ଅଛନ୍ତି। ନିକଟରେ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ସେ ବିହାରରୁ ପ୍ରାର୍ଥୀ ହେବେ। 

୧୦ଟି ରାଜ୍ୟର ମୋଟ ୩୭ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୧୬ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ମାର୍ଚ୍ଚ ୫ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe