Advertisment

ତିନି ମହାନଗରରେ ବିଜେଡି ମେୟର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମରେ ବିଜେଡିର ସୁଲୋଚନା ଦାସ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ରହ୍ମପୁରରେ ବିଜେଡିର ସଂଘମିତ୍ରା ଦଳେଇ ମେୟର ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। କଟକରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ମେୟର ହେବା ସୁନିଶ୍ଚିତ ହୋଇଛି। ପୌର ନିର୍ବାଚନରେ ବିଜେଡିର ଏକପାଖିଆ ସଫଳତା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ […]

ଅଦ୍ୟତନ ହୋଇଛି
ତିନି ମହାନଗରରେ ବିଜେଡି ମେୟର

BBSR

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମରେ ବିଜେଡିର ସୁଲୋଚନା ଦାସ ପ୍ରଥମ ମହିଳା ମେୟର ଭାବେ ନିର୍ବାଚିତ ହୋଇଥିବା ବେଳେ ବ୍ରହ୍ମପୁରରେ ବିଜେଡିର ସଂଘମିତ୍ରା ଦଳେଇ ମେୟର ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି। କଟକରେ ବିଜେଡି ପ୍ରାର୍ଥୀ ସୁବାସ ସିଂ ମେୟର ହେବା ସୁନିଶ୍ଚିତ ହୋଇଛି। ପୌର ନିର୍ବାଚନରେ ବିଜେଡିର ଏକପାଖିଆ ସଫଳତା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Advertisment

ଭୁବନେଶ୍ୱରରେ ବିଜେଡିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୬୧୧୪୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁନୀତି ମୁଣ୍ଡଙ୍କୁ ପରାଜିତ କରିଛନ୍ତି। ସୁଲୋଚନା ୧ ଲକ୍ଷ ୭୪ ହଜାର ୫୬୨ଖଣ୍ଡ ଭୋଟ୍ ପାଇଥିବା ବେଳେ ସୁନୀତି ୧ ଲକ୍ଷ ୧୩ ହଜାର ୪୧୯ ଖଣ୍ଡ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀର ମଧୁସ୍ମିତା ଆଚାର୍ଯ୍ୟ ୧୧ ହଜାର ୬ ଖଣ୍ଡ ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି କଟକ ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ସୁବାସ ସିଂ ୪୫ ହଜାର ୨ଶହ  ୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସୁବାସ ସିଂଙ୍କୁ ମୋଟ୍‌ ଏକ ଲକ୍ଷ ୧୩ ହଜାର ୫୬୨ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଗିରିବାଳା ବେହେରାଙ୍କୁ ୬୮୩୫୬ ଖଣ୍ଡ ଭୋଟ୍‌ ମିଳିଛି। ବିଜେପି ପ୍ରାର୍ଥୀ ଶ୍ରୀତମ ଦାସଙ୍କୁ ୪୯୨୨୩ ଖଣ୍ଡ ଭୋଟ୍‌ ମିଳିଛି। ସୁବାସ ମେୟର ପ୍ରାର୍ଥୀ ଭାବେ ବିଜୟୀ ହେବା ପରେ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ସେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ଏକ ପ୍ରକାର ନିଶ୍ଚିତ ହୋଇଛି।

Advertisment

ସେହିପରି ବ୍ରହ୍ମପୁରରେ ବିଜେଡିର ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ୨୦୩୨୬ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସବିତା ସୁଆରଙ୍କୁ ପରାଜିତ କରିଛନ୍ତି। ବ୍ରହ୍ମପୁରରେ କଂଗ୍ରେସ ପ୍ରାର୍ଥୀ ମଞ୍ଜୁ ରଥ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଆମ ଆଦମୀ ପାର୍ଟି ସେଠାରେ ତୃତୀୟ ସ୍ଥାନରେ ରହିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe