Advertisment

ସୁମୁଣ୍ଡଳ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍‌

ଖଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମୁଣ୍ଡଳ ପଞ୍ଚାୟତକୁ ଜିଲ୍ଲାପାଳ ଆଜି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ସୁମୁଣ୍ଡଳ ପଞ୍ଚାୟତର ମେଡିକାଲ ଛକ ଅଞ୍ଚଳରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏପରି କଟକଣା ଜାରି କରାଯାଇଛି।  ବାଣିଆବାଡ଼ି ଛକଠାରୁ ସୁମୁଣ୍ଡଳ ମାର୍କେଟ, ଲକ୍ଷ୍ମୀନାରାୟଣ ସାହି, ବାଉରୀ ସାହି, ମେଡିକାଲ ଛକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଏଥିସହ ଏହାର ପାଖ ପଞ୍ଚାୟତ ବୁରୁଝରୀ , କେ. […]

ଅଦ୍ୟତନ ହୋଇଛି
ସୁମୁଣ୍ଡଳ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍‌

berhampur

Advertisment

ଖଲିକୋଟ(ସିଲୁ ବିଶ୍ୱାଳ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମୁଣ୍ଡଳ ପଞ୍ଚାୟତକୁ ଜିଲ୍ଲାପାଳ ଆଜି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ସୁମୁଣ୍ଡଳ ପଞ୍ଚାୟତର ମେଡିକାଲ ଛକ ଅଞ୍ଚଳରୁ ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏପରି କଟକଣା ଜାରି କରାଯାଇଛି।  ବାଣିଆବାଡ଼ି ଛକଠାରୁ ସୁମୁଣ୍ଡଳ ମାର୍କେଟ, ଲକ୍ଷ୍ମୀନାରାୟଣ ସାହି, ବାଉରୀ ସାହି, ମେଡିକାଲ ଛକ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

Advertisment

ଏଥିସହ ଏହାର ପାଖ ପଞ୍ଚାୟତ ବୁରୁଝରୀ , କେ. ତୋଟାପଡା ଓ ପି.ନୁଁଆଗାଁ ଏବଂ ସାଙ୍କୁଡ଼ା ପଞ୍ଚାୟତର ତିତିରିଡି, ଚଣ୍ଡପଲ୍ଲି ଓ ସାଙ୍କୁଡ଼ା ଗାଁକୁ ବଫର ଜୋନ୍‌ ଭାବେ ଘୋଷଣା କରାଯାଇଛି l ଏଥିସହ ଗାଁର ସମସ୍ତ ପ୍ରବେଶ ପଥକୁ ସିଲ୍ କରାଯାଇଛି। ସଂକ୍ରମଣ ଅଧିକ ନବ୍ୟାପିବା ପାଇଁ ଏଭଳି ପଦେକ୍ଷପ ନିଆଯାଇଛି।

ଅନ୍ୟପକ୍ଷରେ କଣ୍ଟେନମେଣ୍ଟ ଜୋନରେ ସମସ୍ତ ସରକାରୀ , ବେସରକାରୀ ସଂସ୍ଥା ସହ ଦୋକାନ ବଜାର ବନ୍ଦ ରହିବ। ଲୋକେ ଘରୁ ନ ବାହାରିବା ଲାଗି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏହାସହ ଲୋକଙ୍କ ପାଖରେ ଅତି ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାର ତଦାରଖ କରିବା ପାଇଁ କୋଦଳା ଅତିରିକ୍ତ ତହସିଲଦାରଙ୍କୁ ଦାୟିତ୍ଵ ଦିଆଯାଇଛି l

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe