ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସୂର୍ଯ୍ୟପରାଗ। ଏଥର ବଳୟ ସୂର୍ଯ୍ୟ ପରାଗ ଦେଖିବାକୁ ମିଳିବ। ଦେଶର ରାଜସ୍ଥାନ ଓ ହରିୟାଣାରେ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ତେବେ ଓଡ଼ିଶାରେ ଏହା ଆଶିଂକ ଭାବେ ଦେଖାଦେବ।
ଓଡ଼ିଶାରେ ବଳୟ ସୂର୍ଯ୍ୟପରାଗ ସକାଳ ୧୦ଟା ୧୫ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୨୦ରେ ଶେଷ ହେବ। ସୁନ୍ଦରଗଡ଼ରେ ୭୨ ପ୍ରତିଶତ ପରାଗ ଦେଖାଯିବାକୁ ଥିବା ବେଳେ ମାଲକାନଗିରିରେ ଏହା ୬୦ ପ୍ରତିଶତ ଦୃଶ୍ୟମାନ ହେବ। ରାଜଧାନୀ ଭୁବନେଶ୍ୱରରେ ଏହା ୬୫ ପ୍ରତିଶତ ଦୃଶ୍ୟମାନ ହେବ। ପରାଗ ସମମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି।
ଅନ୍ୟପକ୍ଷରେ ଆଜି ଦିନ ୧୦ଟା ୩୮ରୁ ପରାଗ ଆରମ୍ଭ ହେଉଥିବାରୁ ଏହାର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ ଗତକାଲି ରାତି ୧୦ଟା ୩୮ରୁ ପାକ ଛାଡ଼ କରାଯାଇଛି। ପରାଗ ସମୟରେ ଦେବନୀତି, ପାକ ନିଷେଧ ଥିଲେ ବି ଶିଶୁ, ବୃଦ୍ଧ ଓ ରୋଗୀଙ୍କ ପାଇଁ ପାଳନୀୟ ନୁହେଁ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଏଗ୍ରିମେଣ୍ଟ କରୁନଥିବା ମିଲରଙ୍କୁ ନାଲି ଆଖି ଦେଖାଇଲେ ରାଜସ୍ୱମନ୍ତ୍ରୀ
ଆଜି ଦିନିକିଆ ନବରଙ୍ଗପୁର ଗସ୍ତରେ ଯାଇଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ ନବରଙ୍ଗପୁରରେ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହା ପରେ ଶ୍ରୀ ପୂଜାରୀ ମାଆ ଭଣ୍ଡାରଘରଣୀଙ୍କ ପୀଠକୁ ଯାଇ ପୂଜାର୍ଚ୍ଚନା କରିଥିଲେ।
Miscellaneous
୭ ଦିନ ହେଲା ମଣ୍ଡିରେ ପଡିଛି ଧାନ, ନେବାକୁ କେହି ଆସୁନାହାନ୍ତି
ରେଢାଖୋଲ ବ୍ଲକ୍ରେ ରହିଛି ବଡମାଲ ଧାନ ମଣ୍ଡି। ଏଠାରେ ଧାନ ବିକିବା ପାଇଁ ୨୭ ଜଣ ଚାଷୀ ଆଜିକୁ ୭ ଦିନ ତଳେ ପ୍ରାୟ ୩୧୦୦ କ୍ୱିଣ୍ଟାଲ୍ ଧାନ ଧରି ଆସିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଧାନ କିଣିବା ପାଇଁ ନିୟୋଜିତ ମିଲରଙ୍କ ଦେଖା ଦର୍ଶନନାହିଁ।
Miscellaneous
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୁଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
Crime
ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କଠାରୁ ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର
ପେନସନ କାମ କରାଇ ଦେବାକୁ ଲାଞ୍ଚ ମାଗିଥିଲେ ସେକ୍ସନ ଅଫିସର।
Accident
ମଦ ନିଶାରେ ଘର ଭାବି ଶୋରିଷ ବାଡ଼ିରେ ଶୋଇଥିଲେ! ତା’ପରେ...
କାଞ୍ଜିପାଣି ଥାନା ଗୁପ୍ତଗଙ୍ଗା ଗାଁର ବାଣେଶ୍ୱର ଯୁଆଙ୍ଗ ସୋମବାର ମଧ୍ୟାହ୍ନରେ ସାଙ୍ଗମାନଙ୍କ ସହିତ ମହାକୁଡ଼ ସାହିକୁ ଯାଇଥିଲେ। ସେଠାରେ ସମସ୍ତେ ମଦ ପିଇଥିବା ଅଭିଯୋଗ ହୋଇଥିଲା। ମଦ ପିଇବା ପରେ ସାଙ୍ଗମାନେ ନିଜ ନିଜ ରାସ୍ତାରେ ପଳାଇଗଲେ।