Advertisment

ସୂର୍ଯ୍ୟ ମନ୍ଦିର ପରିସରରୁ ବର୍ଷାଜଳ ନିଷ୍କାସନ ଓ ସୁରକ୍ଷାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରୁ ବର୍ଷାଜଳ ନିଷ୍କାସନ ଓ ଏହାର ସୁରକ୍ଷାକୁ ନେଇ ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଆବେଦନକାରୀ ଦିଲୀପ କୁମାର ମହାପାତ୍ର ଓ ଅଭିଷେକ ଦାସଙ୍କ ପକ୍ଷରୁ ଆଗତ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଏଏସଆଇ ମହାନିର୍ଦ୍ଦେଶକ, କେନ୍ଦ୍ର ପ୍ରତ୍ନତତ୍ତ୍ୱ ସଚିବ, କୋଣାର୍କ ସୁରକ୍ଷା ସମିତି, ଏଏସଆଇ ଆଞ୍ଚଳିକ ଅଧୀକ୍ଷକ, କୋଣାର୍କ ମନ୍ଦିରର ଏଏସଆଇ ଅଧିକାରୀ, ପିକେଡିଏର ସଚିବ, ପୁରୀ ଜିଲ୍ଲାପାଳ, କୋଣାର୍କ ଏନଏସସି କାର୍ଯ୍ୟନିର୍ବାହୀ […]

ସୁକିନ୍ଦା ଶିଶୁବଳି ଘଟଣା: ଫାଶୀ ଦଣ୍ଡାଦେଶ ପାଇଥିବା ପୀତାମ୍ବର ହାଇକୋର୍ଟରେ ନିର୍ଦ୍ଦୋଷରେ ଖଲାସ୍

OrissaHighCourt

Advertisment

କଟକ: କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରୁ ବର୍ଷାଜଳ ନିଷ୍କାସନ ଓ ଏହାର ସୁରକ୍ଷାକୁ ନେଇ ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି। ଆବେଦନକାରୀ ଦିଲୀପ କୁମାର ମହାପାତ୍ର ଓ ଅଭିଷେକ ଦାସଙ୍କ ପକ୍ଷରୁ ଆଗତ ଏହି ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଏଏସଆଇ ମହାନିର୍ଦ୍ଦେଶକ, କେନ୍ଦ୍ର ପ୍ରତ୍ନତତ୍ତ୍ୱ ସଚିବ, କୋଣାର୍କ ସୁରକ୍ଷା ସମିତି, ଏଏସଆଇ ଆଞ୍ଚଳିକ ଅଧୀକ୍ଷକ, କୋଣାର୍କ ମନ୍ଦିରର ଏଏସଆଇ ଅଧିକାରୀ, ପିକେଡିଏର ସଚିବ, ପୁରୀ ଜିଲ୍ଲାପାଳ, କୋଣାର୍କ ଏନଏସସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

Advertisment

ବିଶ୍ୱ ଐତିହ୍ୟ ମାନ୍ୟତା ପାଇଥିବା ସୂର୍ଯ୍ୟ ମନ୍ଦିର ଓଡିଆ କାରିଗରୀର ଶ୍ରେଷ୍ଠ ନିଦର୍ଶନ ହୋଇଥିବାରୁ ଏହାର ସୁରକ୍ଷା ଓ ରକ୍ଷାଣବେକ୍ଷଣ ସରକାରଙ୍କର କର୍ତ୍ତବ୍ୟ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଗତ ରୁଆନୋ ସମୟରେ ମନ୍ଦିର ପରିସରରେ ବର୍ଷାଜଳ ଜମି ରହିଥିଲା। ଏପରି ପାଣି ଜମିବା ମନ୍ଦିର ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଆବେଦନକାରୀ ଉଲ୍ଲେଖ କରିଛନ୍ତି। ଆବେଦନକାରୀ ଆହୁରି ଦର୍ଶାଇଛନ୍ତି, “ଏହାର ଉପଯୁକ୍ତ ମରାମତି ଓ ରକ୍ଷାଣବେକ୍ଷଣ ନିର୍ଦ୍ଧାରିତ ସମୟ ମଧ୍ୟରେ କରା ନ ଗଲେ ମନ୍ଦିର ଭୁଷୁଡି ପଡିବାର ଆଶଙ୍କା ରହିଛି। ଏସବୁକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରୁ ଚିରସ୍ଥାୟୀ ଜଳ ନିଷ୍କାସନ ବ୍ୟବସ୍ଥା କରିବା ସହ ବିଶେଷଜ୍ଞଙ୍କ ମତାମତ ଅନୁଯାୟୀ ଏହାର ସୁରକ୍ଷା ପ୍ରତି ପଦକ୍ଷେପ ନିଆଯାଉ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe