Advertisment

ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ଧା ହେଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ହାଜର କରାଯିବ। ବିଶ୍ୱଜିତଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱଜିତଙ୍କ ଘର, ଅଫିସ ଓ ସରକାରୀ ବାସଗୃହ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଶୁକ୍ରବାର ଓ ଶନିବାର ଏହି […]

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁନ୍ଦରଗଡ଼ ଏଡିଏମ୍

Arrested ADM

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବନ୍ଧା ହେଲେ ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆଜି ତାଙ୍କୁ ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ହାଜର କରାଯିବ। ବିଶ୍ୱଜିତଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ।

Advertisment

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱଜିତଙ୍କ ଘର, ଅଫିସ ଓ ସରକାରୀ ବାସଗୃହ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଶୁକ୍ରବାର ଓ ଶନିବାର ଏହି ଚଢ଼ାଉ ହୋଇଥିଲା।

ପ୍ରଥମ ଦିନର ଚଢ଼ଉ ବେଳେ ହିଁ ତାଙ୍କର କୋଟି କୋଟି ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ତାଙ୍କର ୮୯ ଲକ୍ଷ ଟଙ୍କାର ଏକ କୋଠା ରହିଛି। ଏହା ସହିତ ରସୁଲଗଡ଼ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଥିଲା। ଭୁବନେଶ୍ୱରର ନହରକଣ୍ଟା, ଖୋର୍ଦ୍ଧାର ଜଟଣୀ ଓ ଜଗତସିଂହପୁରରେ ବିଶ୍ୱଜିତଙ୍କ ନାଁରେ ମୋଟ ୧୦ଟି ପ୍ଲଟ୍‌ ରହିଛି। ତା’ ସହିତ ୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂ ଆକାଉଣ୍ଟ ଓ ଇନ୍‌ସ୍ୟୁରାନ୍ସ ଦସ୍ତାବିଜ୍ ମିଳିଥିଲା। ୩୫୦ ଗ୍ରାମର ସୁନା ଗହଣା ମଧ୍ୟ ମିଳିଥିଲା। ଦ୍ୱିତୀୟ ଦିନରେ ଗତକାଲି ତାଙ୍କର ସୁନ୍ଦରଗଡ଼ ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଆଉ ୧୨୦ ଗ୍ରାମ ସୁନା ଜବତ ହୋଇଥିଲା। ସେହିପରି ଭୁବନେଶ୍ୱରର ନହରକଣ୍ଟାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ସିମେଣ୍ଟ ବ୍ୟବସାୟ ଥିବା ଜଣାପଡ଼ିଥିଲା।

Advertisment

ସୂଚନାଯୋଗ୍ୟ, ଚଳିତ ମାସ ଶେଷରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର ଅବସର ନେଇଥା’ନ୍ତେ। ଦୀର୍ଘ ଦିନ ହେଲା ସେ ଭିଜିଲାନ୍ସର ସ୍କାନରରେ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe