Advertisment

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁନ୍ଦରଗଡ଼ ଏଡିଏମ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଜେଲ୍ କଲେ। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୧୭ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି କରାଯିବ। କୋର୍ଟରେ ହାଜର କରିବା ପୂର୍ବରୁ ବିଶ୍ୱଜିତ ମହାପାତ୍ରଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ସହ କିଛି […]

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ସୁନ୍ଦରଗଡ଼ ଏଡିଏମ୍

Arrested ADM

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ର ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ଜେଲ୍ କଲେ। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଭିଜିଲାନ୍ସ ଗିରଫ କରି ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ହେଲେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆସନ୍ତା ୧୭ ତାରିଖରେ ତାଙ୍କ ଜାମିନ ଆବେଦନର ଶୁଣାଣି କରାଯିବ।

Advertisment

କୋର୍ଟରେ ହାଜର କରିବା ପୂର୍ବରୁ ବିଶ୍ୱଜିତ ମହାପାତ୍ରଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ସହ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭିଜିଲାନ୍ସ ହାତରେ ଲାଗିଛି। ଏହାର ସୂଚନା ଦେଇ ଭିଜିଲାନ୍ସ ଏସପି ଏମ. ରାଧାକୃଷ୍ଣନ କହିଛନ୍ତି, ଗତ ୧୧ ଓ ୧୨ ତାରିଖରେ ବିଶ୍ୱଜିତ ମହାପାତ୍ରଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ଅନେକ ସମ୍ପତ୍ତି ସହ ଗୁରୁତ୍ୱପୂର୍ଣ୍ଣ କାଗଜ ଭିଜଲାନ୍ସ ହାତରେ ଲାଗିଥିବା ଭିଜିଲାନ୍ସ ଏସପି କହିଛନ୍ତି।

ବିଶ୍ୱଜିତଙ୍କ ଘରୁ ନଗଦ ୩ଲକ୍ଷ ୫୦ ହଜାର ଟଙ୍କା, ୪୫୦ଗ୍ରାମ ସୁନା, ୨.୫ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ମିଳିଛି। ଏହାବ୍ୟତୀତ ତାଙ୍କ ବ୍ୟାଙ୍କ ଖାତାରେ ଅନେକ ବେନାମୀ ଟ୍ରାନଜାକ୍ସନ ରହିଛି। ଭୁବନେଶ୍ୱର ନହରକଣ୍ଟାରେ ଥିବା ଘର ମୂଲ୍ୟ ୯୧ ଲକ୍ଷ ଟଙ୍କା ହୋଇଥିବା ଭିଜିଲାନ୍ସ ଆକଳନ କରିଛି। ସେହିପରି ଆସିୟାନା ଫ୍ଲାଟ ସମେତ ଭୁବନେଶ୍ୱର ଏବଂ ଜଗତସିଂହପୁରରେ ୧୦ଟି ପ୍ଲଟ ଭିଜିଲାନ୍ସ ହାତରେ ଲାଗିଛି, ଯାହାର ମୂଲ୍ୟ ୩ କୋଟିରୁ ଅଧିକ ହେବ।

Advertisment

ବିଶ୍ୱଜିତ୍ ନିଜ ପତ୍ନୀଙ୍କ ନାଁରେ ଏକ ସିମେଣ୍ଟ ଗୋଦାମ କରିଥିବା ବେଳେ ସେହି ଗୋଦାମରୁ ମିଳିଥିବା ଅନେକ କାଗଜପତ୍ର ଭିଜିଲାନ୍ସ ଯାଞ୍ଚ କରୁଛି। ତେବେ ବିଶ୍ୱଜିତ ମହାପାତ୍ର ଏବଂ ତାଙ୍କ ପତ୍ନୀଙ୍କ ନାଁରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ସେପଟେ ରାଜ୍ୟ ବାହାରେ ସମ୍ପତ୍ତି ନେଇ ଭିଜିଲାନ୍ସ ଅଧିକ ତନାଘନା କରୁଥିବା ଭିଜିଲାନ୍ସ ସେଲ ଏସପି କହିଛନ୍ତି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବିଶ୍ୱଜିତଙ୍କ ଘର, ଅଫିସ ଓ ସରକାରୀ ବାସଗୃହ ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଶୁକ୍ରବାର ଓ ଶନିବାର ଏହି ଚଢ଼ାଉ ହୋଇଥିଲା। ପ୍ରଥମ ଦିନର ଚଢ଼ଉ ବେଳେ ହିଁ ତାଙ୍କର କୋଟି କୋଟି ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଭୁବନେଶ୍ୱର ଉପକଣ୍ଠ ନହରକଣ୍ଟାରେ ତାଙ୍କର ୮୯ ଲକ୍ଷ ଟଙ୍କାର ଏକ କୋଠା ରହିଛି। ଏହା ସହିତ ରସୁଲଗଡ଼ ସମେତ ଅନ୍ୟାନ୍ୟ ସ୍ଥାନରେ ସମ୍ପତ୍ତି ଠାବ ହୋଇଥିଲା। ଭୁବନେଶ୍ୱରର ନହରକଣ୍ଟା, ଖୋର୍ଦ୍ଧାର ଜଟଣୀ ଓ ଜଗତସିଂହପୁରରେ ବିଶ୍ୱଜିତଙ୍କ ନାଁରେ ମୋଟ ୧୦ଟି ପ୍ଲଟ୍‌ ରହିଛି। ତା’ ସହିତ ୨ କୋଟି ଟଙ୍କାର ଫିକ୍ସ ଡିପୋଜିଟ, ସେଭିଂ ଆକାଉଣ୍ଟ ଓ ଇନ୍‌ସ୍ୟୁରାନ୍ସ ଦସ୍ତାବିଜ୍ ମିଳିଥିଲା। ୩୫୦ ଗ୍ରାମର ସୁନା ଗହଣା ମଧ୍ୟ ମିଳିଥିଲା।

ଦ୍ୱିତୀୟ ଦିନରେ ଗତକାଲି ତାଙ୍କର ସୁନ୍ଦରଗଡ଼ ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ବେଳେ ଆଉ ୧୨୦ ଗ୍ରାମ ସୁନା ଜବତ ହୋଇଥିଲା। ସେହିପରି ଭୁବନେଶ୍ୱରର ନହରକଣ୍ଟାରେ ତାଙ୍କ ସ୍ତ୍ରୀଙ୍କ ନାଁରେ ସିମେଣ୍ଟ ବ୍ୟବସାୟ ଥିବା ଜଣାପଡ଼ିଥିଲା।

ସୂଚନାଯୋଗ୍ୟ, ଚଳିତ ମାସ ଶେଷରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର ଅବସର ନେଇଥା’ନ୍ତେ। ଦୀର୍ଘ ଦିନ ହେଲା ସେ ଭିଜିଲାନ୍ସର ସ୍କାନରରେ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe