Advertisment

ହାକିମ ଆସିବେ ବୋଲି ଲୋକେ ଚେୟାର ବ୍ୟବସ୍ଥା କରିଥିଲେ, ହେଲେ ସେ ତଳେ ବସିଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣୁଥିବା ଏହି ବ୍ୟକ୍ତିଙ୍କୁ ଆପଣ ଜାଣିଛନ୍ତି କି ?  ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣ। ଯାହାଙ୍କୁ ଆଜି ବି ଗାଁ ଗହଳିର ଲୋକେ ହାକିମ କହି ସମ୍ବୋଧନ କରନ୍ତି। ତେବେ ଜିଲ୍ଲାପାଳଙ୍କର ଏହି କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ। […]

author-image
Puspanjali Panda
ଅଦ୍ୟତନ ହୋଇଛି
ହାକିମ ଆସିବେ ବୋଲି ଲୋକେ ଚେୟାର ବ୍ୟବସ୍ଥା କରିଥିଲେ, ହେଲେ ସେ ତଳେ ବସିଲେ

COOO

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣୁଥିବା ଏହି ବ୍ୟକ୍ତିଙ୍କୁ ଆପଣ ଜାଣିଛନ୍ତି କି ?  ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣ। ଯାହାଙ୍କୁ ଆଜି ବି ଗାଁ ଗହଳିର ଲୋକେ ହାକିମ କହି ସମ୍ବୋଧନ କରନ୍ତି। ତେବେ ଜିଲ୍ଲାପାଳଙ୍କର ଏହି କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ।

Advertisment

ଜିଲ୍ଲାପାଳ ଆସିବା ଖବର ଶୁଣି ଗାଁ ଲୋକେ ତାଙ୍କ ପାଇଁ ଚେୟାର ଓ ନିଜ ପାଇଁ ଦରୀର ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲାପାଳ ଚେୟାରରେ ବସିନଥିଲେ। ବରଂ ଦରୀରେ ଗାଁ ଲୋକଙ୍କ ସହ ଏକାଠି ବସିଥିଲେ।

publive-image

ଏକଦମ୍‌ ନିଆରା।  ଅର୍ଥାତ ସାଧାରଣ ଲୋକଙ୍କ ସହ ଦରୀ ଉପରେ ବସିବା ପରେ ହିଁ ଆରମ୍ଭ ହୋଇଥିଲା ସମସ୍ୟାର ଶୁଣାଣି। ସାମରା ବସ୍ତିର ରାସ୍ତା , ପାନୀୟ ଜଳ , କଲ୍ୟାଣ ମଣ୍ଡପ , ଅଙ୍ଗନବାଡି ଓ ମଶାଣି ପରି ୫ଟି ସମସ୍ୟାର ଉନ୍ନତିକରଣ ପାଇଁ ଆଲୋଚନା ହୋଇଥିଲା। ଏବଂ ଏସବୁ ସମସ୍ୟାର ଶୀଘ୍ର ସମାଧାନ କରିବେ ବୋଲି ଜିଲ୍ଲାପାଳ ତତ୍‌କ୍ଷଣାତ୍‌ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ଜିଲ୍ଲାପାଳଙ୍କର ଏପରି କାର୍ଯ୍ୟକୁ ଗାଁ ଲୋକେ ବେଶ୍‌ ପସନ୍ଦ କରିବା ସହ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Advertisment