ହାକିମ ଆସିବେ ବୋଲି ଲୋକେ ଚେୟାର ବ୍ୟବସ୍ଥା କରିଥିଲେ, ହେଲେ ସେ ତଳେ ବସିଲେ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣୁଥିବା ଏହି ବ୍ୟକ୍ତିଙ୍କୁ ଆପଣ ଜାଣିଛନ୍ତି କି ?  ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣ। ଯାହାଙ୍କୁ ଆଜି ବି ଗାଁ ଗହଳିର ଲୋକେ ହାକିମ କହି ସମ୍ବୋଧନ କରନ୍ତି। ତେବେ ଜିଲ୍ଲାପାଳଙ୍କର ଏହି କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ। […]

COOO

COOO

Puspanjali Panda
  • Published: Saturday, 25 January 2020
  • Updated: 25 January 2020, 07:03 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଲୋକଙ୍କ ପାଖରେ ବସି ସେମାନଙ୍କ ସମସ୍ୟା ଶୁଣୁଥିବା ଏହି ବ୍ୟକ୍ତିଙ୍କୁ ଆପଣ ଜାଣିଛନ୍ତି କି ?  ସେ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ପୱନ କଲ୍ୟାଣ। ଯାହାଙ୍କୁ ଆଜି ବି ଗାଁ ଗହଳିର ଲୋକେ ହାକିମ କହି ସମ୍ବୋଧନ କରନ୍ତି। ତେବେ ଜିଲ୍ଲାପାଳଙ୍କର ଏହି କାର୍ଯ୍ୟଶୈଳୀକୁ ନେଇ ଏବେ ଚର୍ଚ୍ଚା। ଅଫିସରେ ନବସି ଗତକାଲି ଜିଲ୍ଲାପାଳ ଲୋକଙ୍କ ସମସ୍ୟା ବୁଝିବା ପାଇଁ ରାଉରକେଲା ନିକଟ ଟାଙ୍ଗରପାଲି ଥାନା ନିକଟରେ ଥିବା ସାମରା ବସ୍ତିରେ ପହଞ୍ଚିଥିଲେ।

ଜିଲ୍ଲାପାଳ ଆସିବା ଖବର ଶୁଣି ଗାଁ ଲୋକେ ତାଙ୍କ ପାଇଁ ଚେୟାର ଓ ନିଜ ପାଇଁ ଦରୀର ବ୍ୟବସ୍ଥା କରିଥିଲେ। କିନ୍ତୁ ଜିଲ୍ଲାପାଳ ଚେୟାରରେ ବସିନଥିଲେ। ବରଂ ଦରୀରେ ଗାଁ ଲୋକଙ୍କ ସହ ଏକାଠି ବସିଥିଲେ।

ଏକଦମ୍‌ ନିଆରା।  ଅର୍ଥାତ ସାଧାରଣ ଲୋକଙ୍କ ସହ ଦରୀ ଉପରେ ବସିବା ପରେ ହିଁ ଆରମ୍ଭ ହୋଇଥିଲା ସମସ୍ୟାର ଶୁଣାଣି। ସାମରା ବସ୍ତିର ରାସ୍ତା , ପାନୀୟ ଜଳ , କଲ୍ୟାଣ ମଣ୍ଡପ , ଅଙ୍ଗନବାଡି ଓ ମଶାଣି ପରି ୫ଟି ସମସ୍ୟାର ଉନ୍ନତିକରଣ ପାଇଁ ଆଲୋଚନା ହୋଇଥିଲା। ଏବଂ ଏସବୁ ସମସ୍ୟାର ଶୀଘ୍ର ସମାଧାନ କରିବେ ବୋଲି ଜିଲ୍ଲାପାଳ ତତ୍‌କ୍ଷଣାତ୍‌ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ଜିଲ୍ଲାପାଳଙ୍କର ଏପରି କାର୍ଯ୍ୟକୁ ଗାଁ ଲୋକେ ବେଶ୍‌ ପସନ୍ଦ କରିବା ସହ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

 

https://youtu.be/-k0qZXB3kio

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos