Advertisment

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ମେଡିକାଲ୍‌ ନେଲେ ଏସ୍‌ପି

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଣି ଚର୍ଚ୍ଚାରେ ସୁନ୍ଦରଗଡ ଏସ୍‌ପି ସୌମ୍ୟା ମିଶ୍ର। ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ସରକାରୀ ଗାଡ଼ିରେ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ଯାହା ଏବେ ସମଗ୍ର ଜିଲ୍ଲାର ଆଲୋଚ୍ୟର ବିଷୟ ପାଲଟିଛି। ମହରମ ପାଇଁ ରାଜଗାଙ୍ଗପୁରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମଙ୍ଗଳବାର ଅପରାହ୍ଣରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ନିଜର ସରକାରୀ ଗାଡ଼ିରେ ଯାଉଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସ୍‌ୱେର କୁତ୍ରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବାଇକ ଧକ୍କାରେ […]

ଅଦ୍ୟତନ ହୋଇଛି
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ମେଡିକାଲ୍‌ ନେଲେ ଏସ୍‌ପି

Sundargarh

Advertisment

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ପୁଣି ଚର୍ଚ୍ଚାରେ ସୁନ୍ଦରଗଡ ଏସ୍‌ପି ସୌମ୍ୟା ମିଶ୍ର। ଦୁର୍ଘଟଣାରେ ଆହତ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ସରକାରୀ ଗାଡ଼ିରେ ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ଯାହା ଏବେ ସମଗ୍ର ଜିଲ୍ଲାର ଆଲୋଚ୍ୟର ବିଷୟ ପାଲଟିଛି।

Advertisment

ମହରମ ପାଇଁ ରାଜଗାଙ୍ଗପୁରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମଙ୍ଗଳବାର ଅପରାହ୍ଣରେ ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ର ନିଜର ସରକାରୀ ଗାଡ଼ିରେ ଯାଉଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସ୍‌ୱେର କୁତ୍ରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବାଇକ ଧକ୍କାରେ ସାଇକେଲ ଆରୋହୀ ରାଜେନ୍ଦ୍ର କିସପେଟା ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ଏସ୍‌ପି ସୌମ୍ୟ ମିଶ୍ର ଏପରି ଅବସ୍ଥା ଦେଖି ନିଜ ଗାଡ଼ିରୁ ଓହ୍ଲାଇ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ପଡ଼ିଥିବା ରାଜେନ୍ଦ୍ରଙ୍କୁ ମେଡିକାଲ୍‌ ନେବାର ବ୍ୟବସ୍ଥା କରିଥିଲେ।

ରାଜେନ୍ଦ୍ରଙ୍କ ମୁଣ୍ଡ ଓ ଶରୀରରେ ଗଭୀର କ୍ଷତ ଥିବାରୁ ତାକୁ ଉଠାଇବା ସମ୍ଭବପର ହୋଇଥିଲା। ଏସ୍‌ପିଙ୍କ ପରାମର୍ଶରେ ଅନ୍ୟ ପୁଲିସ କର୍ମଚାରୀମାନେ ରାଜେନ୍ଦ୍ରଙ୍କୁ ପୁଲିସ ଜ୍ୟାକେଟ୍‌କୁ ଷ୍ଟ୍ରେଚର ଭଳି କରି ଏସ୍‌ପିଙ୍କ ସରକାରୀ ଗାଡ଼ିରେ ନେଇ କୁତ୍ର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ଥିବାରୁ ରାଜଗାଙ୍ଗପୁର ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଅନ୍ୟପକ୍ଷରେ ରାଜେନ୍ଦ୍ରଙ୍କୁ ଧକ୍କା ଦେଇଥିବା ବାଇକ୍‌ ଆରୋହୀ ପ୍ରଦୀପ ସିଂ ଓ ଭିମ୍‌ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ପ୍ରଥମେ କୁତ୍ରା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ରାଉରକେଲା ଆଇଜିଏଚ୍‌ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଏବେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

କିଛିଦିନ ଜଣେ ଗର୍ଭବତୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଏସ୍‌ପି ସୌମ୍ୟ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏସ୍‌ଡିଜେଏମ୍‌ଙ୍କ ନିର୍ଦ୍ଦେଶରେ ହେମଗିରି ପୁଲିସ ମାମଲା ରୁଜୁ କରିଥିଲା। ଏହି ଘଟଣା ସେତେବେଳେ ସମଗ୍ର ଜିଲ୍ଲାରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟି ଥିଲା। ଯେଉଁଥିପାଇଁ ତାଙ୍କୁ ସମାଲୋଚନାରେ ଶିକାର ହେବାକୁ ପଡ଼ିଥିଲା। ଏବେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଜଣେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚର୍ଚ୍ଚାର ପରିଧି ଭିତରକୁ ଆସିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe