Advertisment

ଘାଟିରେ ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌

ବରଯାତ୍ରୀ ଗାଡ଼ି ପଛରେ ବାଦ୍ୟପାର୍ଟି ଗାଡ଼ିଟି ଆସୁଥିଲା। ତେବେ ଟିକାୟତପାଲି ଥାନା କୁଲୁକୁତା ଘାଟିରେ ହଠତ୍‌ ପିକ୍‌ଅପ୍‌ ଭାନ୍‌ଟି ବ୍ରେକ୍‌ଫେଲ୍‌ ହୋଇଥିଲା। ଫଳରେ ଗାଡ଼ିଟି ଓଲଟି ପଡ଼ିଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ଘାଟିରେ ଓଲଟି ପଡ଼ିଲା ବରଯାତ୍ରୀ ବାଦ୍ୟକାର ଗାଡ଼ି। ଫଳରେ ୨୩ ଜଣ ଆହତ ହୋଇଛି। ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା କୁଲୁକୁତା ଘାଟିରେ ଘଟିଛି।

Advertisment

ସମ୍ୱଲପୁରରୁ ଆସୁଥିବା ବର ଯାତ୍ରୀ ଗାଡ଼ି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଇନ୍ଦ୍ରପୁର ଗାଁକୁ ଆସିଥିଲା। ବରଯାତ୍ରୀ ଗାଡ଼ି ପଛରେ ବାଦ୍ୟପାର୍ଟି ଗାଡ଼ିଟି ଆସୁଥିଲା। ତେବେ ଟିକାୟତପାଲି ଥାନା କୁଲୁକୁତା ଘାଟିରେ ହଠତ୍‌ ପିକ୍‌ଅପ୍‌ ଭାନ୍‌ଟି ବ୍ରେକ୍‌ଫେଲ୍‌ ହୋଇଥିଲା। ଫଳରେ ଗାଡ଼ିଟି ଓଲଟି ପଡ଼ିଥିଲା। ପିକ୍‌ଅପ୍‌ ଭିତରେ ୨୩ ଜଣରୁ ଅଧିକ ବାଦ୍ୟକାର ଚାପି ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ଗାଡ଼ି ଭିତରୁ ସମସ୍ତଙ୍କୁ ଉଦ୍ଧାର କରି ସରସରା ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଭିତରେ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବଣାଇ ଉପଖଣ୍ଡ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment

ରିପୋର୍ଟ-ବଣାଇରୁ ରଞ୍ଜିତ ଚୌଧୁରୀ

Accident Sambalpur Sundargarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe