Advertisment

ବୋଲେରୋ ଉପରେ ମାଡ଼ିଗଲା ପୋକଲେନ୍;୨ ମୃତ, ୪ଗୁରୁତର

ସିଫ୍ଟ ସରିବା ପରେ ୬ଜଣ କର୍ମଚାରୀ ଗର୍ଜନବାହାଲ କୋଇଲା ଖଣିରୁ ବୋଲେରୋ ଯୋଗେ ଫେରୁଥିଲେ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ବୋଲେରୋ ଉପରେ ମାଡ଼ିଗଲା ପୋକଲେନ୍। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଗର୍ଜନବାହାଲ କୋଇଲା ଖଣିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

Advertisment

ମୃତକ ଦ୍ୱୟ ହେଲେ ଓପରେଟର ଉମାକାନ୍ତ ପଟେଲ ଓ ସିଫ୍ଟ ଇନ୍‌ ଚାର୍ଜ ଜଗଦୀଶ ଓରାମ। ଆହତମାନଙ୍କୁ ଉଦ୍ଧାର କରାଯାଇ ଛତିଶଗଡ଼ ସ୍ଥିତ ରାୟଗଡ଼ା ଜିନ୍ଦଲ ହସ୍ପିଟାଲ୍ କୁ ସ୍ଥାନାନ୍ତର କରାଯାଇଛି।

ସିଫ୍ଟ ସରିବା ପରେ ୬ଜଣ କର୍ମଚାରୀ ଗର୍ଜନବାହାଲ କୋଇଲା ଖଣିରୁ ବୋଲେରୋ ଯୋଗେ ଫେରୁଥିଲେ। ଏହି ସମୟରେ କୋଇଲା ଖଣି ଭିତରେ ପୋକଲେନଟି କୋଇଲା ଲୋଡିଂ କରୁଥିଲା। ଅଧିକ କୋଇଲା ଗଦା ହୋଇଥିବାରୁ ପୋକଲେନ୍‌ଟି ଦେଖିପାରି ନଥିଲା। ପଛରେ ଥିବା ବୋଲେରୋ ଉପରେ ମାଡ଼ି ଯାଇଥିଲା।

Advertisment

ଦୁର୍ଘଟଣା ପରେ ବୋଲେରୋଟି ଘଟଣାସ୍ଥଳରେ ଓଲଟି ପଡ଼ିଥିଲା। ବୋଲେରୋରେ ଥିବା ୬ ଜଣ କର୍ମଚାରୀ ଗାଡ଼ି ଭିତରେ ଚାପି ହୋଇଯାଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Odisha Police Sundargarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe