Advertisment

ଚୋରଙ୍କୁ ଗୋଡ଼ାଇବା ବେଳେ ମାଡ଼ିଗଲା ଟ୍ରଲର, ୩ ମୃତ

ଗତକାଲି ରାତିରେ ୩ ଜଣ ଚୋର ଦୁର୍ଘଟଣା ଗ୍ରସ୍ତ ବୋଲେରୋରୁ ଚକ ଓ ଅନ୍ୟାନ ଜିନିଷ ଚୋରି କରୁଥିଲେ।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ଚୋରଙ୍କୁ ଗୋଡ଼ାଇବା ବେଳେ ଟ୍ରଲର ମାଡ଼ି ଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଟ୍ରଲର ଧକ୍କାରେ ଜଣେ ଚୋରଙ୍କର ମଧ୍ୟ ମୃତ୍ୟୁ ଘଟିଛି।ସୁନ୍ଦରଗଡ଼ ଜିଲ୍ଲା ବିଲେଇମୁଣ୍ଡା ଥାନା ଅନ୍ତର୍ଗତ ଛତାବର ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ଏକ ଠିକା ସଂସ୍ଥାର ୨ କର୍ମଚାରୀ- ମାନସ କୁମାର ରଥ ଓ ପ୍ରିନ୍ସ ନାୟ଼କ ଏବଂ  ଚୋର ବୁଢ଼ା ଚିଟିକି।

Advertisment

କିଛି ଦିନହେବ ବାଙ୍କିବାହାଲରୁ ଟପରିଆକୁ ରାସ୍ତା କାମ ଚାଲିଛି। ଏକ ଠିକା କମ୍ପାନୀର କର୍ମଚାରୀମାନେ ସେହିଠାରେ ରହି ରାସ୍ତାକାମ ତଦାରଖ କରୁଛନ୍ତି। ଗତକାଲି ସକାଳେ ଏହି ରାସ୍ତାରେ ଏକ ବୋଲେରୋ ଦୁର୍ଘଟଣା ଘଟିଥିଲା। କୌଣସି କାରଣ ବଃଶତ ପୁଲିସ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରି ନେଇ ନଥିଲା। 

ଗତକାଲି ରାତିରେ ୩ ଜଣ ଚୋର ଏହି ଦୁର୍ଘଟଣାଗ୍ରସ୍ତ ବୋଲେରୋରୁ ଟାୟାର ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଚୋରି କରୁଥିଲେ। ମାନସ ଓ ପ୍ରିନ୍ସ ଏହା ଦେଖି ବାରଣ କରିଥିଲେ। ଲୁଟେରାମାନେ ସେମାନଙ୍କ କଥା ଶୁଣିନଥିଲେ। ଏନେଇ ଲୁଟେରା ଓ ଠିକା ସଂସ୍ଥା କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ଯୁକ୍ତ ତର୍କ ହୋଇଥିଲା। ପରେ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ଚୋରମାନେ ଦୌଡ଼ି ସେଠାରୁ ପଳାଇ ଯାଉଥିଲେ। ମାନସ ଓ ପ୍ରିନ୍ସ ସେମାନଙ୍କୁ ଗୋଡ଼ାଉଥିବା ବେଳେ ଏକ ଟ୍ରଲର ସାମ୍ନା ପଟରୁ ଆସି ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ଚୋର ବୁଢ଼ା ଚିଟିକି ସହିତ ମାନସ ଓ ପ୍ରିନ୍ସଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଲୁଟେରା ଦୌଡ଼ି ପଳାଇଥିଲେ। ପୁଲିସ ମୃତଦେହଗୁଡ଼ିକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

ଦୁର୍ଘଟଣା ପରେ ଟ୍ରଲରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ହେଲେ କିଛି ବାଟ ଗଲା ପରେ ରାସ୍ତା ତଳକୁ ଓଲଟି ପଡ଼ିଥିଲା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

Road Accident , Odisha Police Sudargrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe