ଚଳନ୍ତା କାର୍‌ରେ ବିଧବାଙ୍କୁ ଗଣଦୁଷ୍କର୍ମ; ସଜା ଶୁଣାଇଲେ କୋର୍ଟ

୨୧ ଜଣ ସାକ୍ଷୀଙ୍କ ବୟାନ୍‌ ଓ ପ୍ରମାଣକୁ ଭିତ୍ତି କରି ସୁନ୍ଦରଗଡ଼ ଜିଲ୍ଲା ଓ ଦୌରା ଜଜ ୩ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩ ଅଭିଯୁକ୍ତଙ୍କ ୨୦ ବର୍ଷ ଲେଖାଏଁ ଜେଲ୍‌ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି।

ଦୋଷୀ ସାବ୍ୟସ୍ତ ହୋଇଥିବା ୩ ଅଭିଯୁକ୍ତ

  • Published: Thursday, 11 May 2023
  • , Updated: 11 May 2023, 05:33 PM IST

ଚଳନ୍ତା କାରରେ ବିଧବାଙ୍କୁ ଗଣ ଦୁଷ୍କର୍ମ ମାମଲାରେ ରାୟ ପ୍ରକାଶ ପାଇଛି। ୩ ଅଭିଯୁକ୍ତଙ୍କୁ ଜେଲ୍‌ ଓ ଜରିମାନା ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ଓ ଦୌରା ଜଜ ଆଜି ଏହି ରାୟ ଶୁଣାଇଛନ୍ତି।

୨୦୧୫ ମସିହା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଜଣେ ବିଧବା ସଂପର୍କୀୟଙ୍କ ଘରୁ ନିଜ ଘରକୁ ଫେରୁଥିଲେ। ତେବେ ପଡୋଶୀ ସୋନୁ ସୋଏ, ଇନ୍ଦ୍ରୁ କେରକେଟା ଓ ପ୍ରବୀଣ ବାରଲା ଏକ କାରରେ ଆସି ତାଙ୍କୁ(ମହିଳା) ଘରେ ଛାଡ଼ି ଦେବେ ବୋଲି କହି ଲିଫ୍ଟ ଦେଇଥିଲେ। କିଛି ବାଟ ଗଲା ପରେ ଚଳନ୍ତା କାର ଭିତରେ ଦୀର୍ଘ ୪ ଘଣ୍ଟା କାଳ ଜଣେ ପରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତା’ପରେ ଘର ନିକଟ ରାସ୍ତା କଡ଼ରେ ମହିଳାଙ୍କୁ ଫୋଫାଡି ଦେଇ ଫେରାର ହୋଇଯାଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ କ୍ରମେ ରାଜଗାଙ୍ଗପୁର ଥାନା ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ପ୍ରାୟ ୭ ବର୍ଷ ପରେ ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୨୧ ଜଣ ସାକ୍ଷୀଙ୍କ ବୟାନ୍‌ ଓ ପ୍ରମାଣକୁ ଭିତ୍ତି କରି ସୁନ୍ଦରଗଡ଼ ଜିଲ୍ଲା ଓ ଦୌରା ଜଜ ୩ ଅଭିଯୁକ୍ତଙ୍କ ଦୋଷୀ ସାବ୍ୟସ୍ତ କରିଛନ୍ତି। ୩ ଅଭିଯୁକ୍ତଙ୍କ ୨୦ ବର୍ଷ ଲେଖାଏଁ ଜେଲ୍‌ ଓ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ଶୁଣାଇଛନ୍ତି।

ସଜା ଶୁଣାଇଛନ୍ତି କୋର୍ଟ । ସଜା ସହିତ ତିନି ଅଭିଯୁକ୍ତ ଙ୍କୁ ୫ ହଜାର ଜୋରିମାନା ଆଦେଶ ଦେଇଛନ୍ତି ଯଦି ଜୋରିମାନା ଅନାଦେୟ ରହେ ତାହେଲେ ଦୁଇ ମାସ ଆହୁରି ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ରିପୋର୍ଟ-ସୁନ୍ଦରଗଡ଼ରୁ ବିଜୟ ବରୁଆ

Related story