Advertisment

କାମରେ ଆସୁନି ନଳକୂପ; ଜଙ୍ଗଲୀ ଝରଣା ଭରସାରେ ଜୀଉଁଛନ୍ତି ୩୦୦ ପରିବାର

ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଜଙ୍ଗଲ ମଧ୍ୟରେ ଥିବା ଆମ୍ବଝରଣ ଝରଣା ଉପରେ ନିର୍ଭର କରୁଛନ୍ତି ଗାଁ ଲୋକ। ଝରଣାଟି ବେଶୀ ଦୂରରେ ଥିବାରୁ ଗାଁ ଇଞ୍ଜିନିୟରିଂ ମୁଣ୍ଡ ଖେଳାଇଛନ୍ତି। ଝରଣାରୁ ପାହାଡ଼ ପାଦ ଦେଶ ପର୍ଯ୍ୟନ୍ତ ଟ୍ୟୁବ୍‌ ବିଛାଇଛନ୍ତି।

ଅଦ୍ୟତନ ହୋଇଛି
Koida

Koida

Advertisment

ନଳକୂପ ରହିଛି। ମାତ୍ର ତା’ ପାଣି କାମରେ ଆସୁନି। ତେଣୁ ଜଙ୍ଗଲୀ ଝରଣା ଭରସାରେ ଜୀଉଁଛନ୍ତି ୩୦୦ ପରିବାର। ଏପରି ଦୟନୀୟ ଚିତ୍ର ଆସିଛି ଖଣିଖାଦାନ ଭରା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅଞ୍ଚଳରୁ।

Advertisment

କୋଇଡା ବ୍ଲକ୍‌ କାଲଟା ପଞ୍ଚାୟତର ବାର୍ଲା ସାହି, କାଣ୍ଡୁଲାନା ସାହି, ଲୁଗୁନ ସାହି, ଗୀର୍ଜା ଟୋଲା, ନାଏକ ସାହି ଓ ଯାକି ଟୋଲାରେ ବସବାସ କରୁଛନ୍ତି ୩୦୦ରୁ ଅଧିକ ପରିବାର। ସମସ୍ତେ ଗରିବ ଶ୍ରେଣୀର। କାମ ଦାମ କରି ପରିବାର ଭରଣ ପୋଷଣ କରୁଛନ୍ତି। ଏମାନଙ୍କ ପାଇଁ ପାନୀୟ ଜଳ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି। ପୂର୍ବରୁ ଏହି ଗାଁରେ ଦୁଇଟି ନଳକୂପ ଖୋଳା ଯାଇଥିଲା। ମାତ୍ର ସେଥିରୁ ନାଲି ପାଣି ବାହାରୁଛି। ଯାହା ଲୋକଙ୍କ ପାଇଁ ବ୍ୟବହାର ଯୋଗ୍ୟ ନୁହେଁ। ତେଣୁ ପାଣି ମୁନ୍ଦାଏ ପାଇଁ ଗାଁ ଲୋକେ ଡ଼ହଳ ବିକଳ ହେଉଛନ୍ତି।

ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ଜଙ୍ଗଲ ମଧ୍ୟରେ ଥିବା ଆମ୍ବଝରଣ ଝରଣା ଉପରେ ନିର୍ଭର କରୁଛନ୍ତି ଗାଁ ଲୋକ। ଝରଣାଟି ବେଶୀ ଦୂରରେ ଥିବାରୁ ଗାଁ ଇଞ୍ଜିନିୟରିଂ ମୁଣ୍ଡ ଖେଳାଇଛନ୍ତି। ଝରଣାରୁ ପାହାଡ଼ ପାଦ ଦେଶ ପର୍ଯ୍ୟନ୍ତ ଟ୍ୟୁବ୍‌ ବିଛାଇଛନ୍ତି। ସେଥିରେ ଆସୁଥିବା ପାଣିକୁ ଲୋକେ ବାଲ୍‌ତି, ଗରା ଓ ହାଣ୍ଡିରେ ସଂଗ୍ରହ କରୁଛନ୍ତି। ଜଙ୍ଗଲରେ ପାଦେ ପାଦେ ଜୀବଯନ୍ତୁଙ୍କ ଭୟ ଥିବା ସତ୍ତ୍ୱେ ଲୋକମାନେ ଜୀବନକୁ ବାଜି ଲଗାଇ ପାଣି ସଂଗ୍ରହ କରିବାକୁ ପ୍ରତିଦିନ ଯାଉଛନ୍ତି।

Advertisment
Koidaଝରଣାରୁ ପାଣି ସଂଗ୍ରହ କରି ମହିଳାମାନେ ଘରକୁ ଫେରୁଛନ୍ତି

ଗାଁରେ ଦେଖାଦେଇଥିବା ପାନୀୟ ଜଳ ସମସ୍ୟା ଦୂର ପାଇଁ ଲୋକମାନେ ପ୍ରଶାସନଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପାଖରେ ଗୁହାରୀ କରିଥିଲେ। ମାତ୍ର ପ୍ରଶାସନ ଚୁପ୍‌ ବସିଛି। ଗାଁ ଲୋକଙ୍କ ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ପାନୀୟ ଜଳ ସମସ୍ୟା ନେଇ ଗାଁର ସୁକୁମାନୀ ମୁଣ୍ଡୁ କହିଛନ୍ତି, ପାନୀୟ ଜଳ ସମସ୍ୟା ଦୂର ପାଇଁ ଗାଁରେ ଦୁଇଟି ନଳକୂପ ଖୋଳା ଯାଇଥିଲା। ହେଲେ ସେଥିରୁ ନାଲି ରଙ୍ଗର ପାଣି ବାହାରୁଛି। ସେହି ପାଣି ପିଇ ହେବନାହିଁ। ତେଣୁ ଆମେ ଜଙ୍ଗଲ ଭିତରେ ଥିବା ଝରଣା ପାଣି ଉପରେ ନିର୍ଭର କରୁଛୁ। ହେଲେ ବର୍ଷା ଋତୁରେ ମଧ୍ୟ ପିଇବା ପାଣି ମିଳୁନି। କାରଣ ମାଇନ୍ସ ଗୁଡ଼ିକ ମାଟି ଆଣି ପକାଇ ଦେଉଛନ୍ତି। ସେହି ମାଟି ଝରଣା ପାଣିରେ ମିଶୁଛି। ଯାହାଫଳରେ ସେହି ପାଣି ପିଇବା ଯୋଗ୍ୟ ରହୁନାହିଁ। ଯଥା ଶୀଘ୍ର ଆମ ଗାଁକୁ ପାନୀୟ ଜଳ ଯୋଗାଇଦେବାର ବ୍ୟବସ୍ଥା କରାଯାଉ ବୋଲି ମହିଳା ଜଣକ କହିଛନ୍ତି।

ଉଲେନ ଲୁଗୁନ କହିଛନ୍ତି, ଗାଁରେ ପାନୀୟ ଜଳର ବ୍ୟବସ୍ଥା ନାହିଁ। ସରକାର ଯେଉଁ ନଳକୂପ ବସାଇଥିଲେ, ସେରୁ ନାଲି ପାଣି ବାହାରୁଛି। ତାକୁ ଗାଁ ଲୋକେ ବ୍ୟବହାର କରୁନାହାନ୍ତି। ତେଣୁ ଆମେ ବାଧ୍ୟ ହୋଇ ଜଙ୍ଗଲୀ ଝରଣା ପାଣି ସଂଗ୍ରହ କରି ନିତ୍ୟ ବ୍ୟବହାର୍ଯ୍ୟ କାମରେ ଲଗାଉଛୁ ବୋଲି ଲୁଗୁନ କହିଛନ୍ତି।

ସେପଟେ ପାନୀୟ ଜଳ ସମସ୍ୟା ନେଇ କୋଇଡା ଅତିରିକ୍ତ ବିଡିଓ ଡି. ଏସ୍ ଶୁଭଦର୍ଶୀ ଯୋଶୀ କହିଛନ୍ତି, ନଳକୂପ ପାଣିକୁ ଯାଞ୍ଚ କରାଯାଇ ଯଥା ଶୀଘ୍ର ଲୋକଙ୍କ ସମସ୍ୟା ଦୂର କରାଯିବ।

ରିପୋର୍ଟ-କୋଇଡାରୁ ସୁନୀଲ୍‌ ପଣ୍ଡା

Sundargarh Water Problem
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe