Advertisment

ଦଶାହ ଭୋଜି ଖାଇ ୩୨ ଅସୁସ୍ଥ

କୂଅ ପାଣିରେ ରୋଷେଇ ହେବା ଯୋଗୁ ଲୋକମାନେ ଝାଡ଼ାବାନ୍ତିରେ ପଡ଼ିଥିବା ସନ୍ଦେହ କରାଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
villager Sick

villager Sick

ଦଶାହ ଭୋଜି ଖାଇ ୩୨ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ୍ ମାଲଦା ପଞ୍ଚାୟତ ଅନ୍ତର୍ଗତ ସାନଇନ୍ଦିପୂର ଗାଁରେ। ସମସ୍ତ ଅସୁସ୍ଥଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଛି।

Advertisment

ମଙ୍ଗଳବାର ଦିନ ଗାଁର ଜଣେ ବ୍ୟକ୍ତିଙ୍କର ଦଶାହ ଭୋଜିଥିଲା। ଗ୍ରାମବାସୀମାନେ ଏହି ଭୋଜିଭାତରେ ଯୋଗ ଦେଇଥିଲେ। ଗତକାଲି ସକାଳେ କିଛି ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଏହା ସହ ମୁଣ୍ଡ ବୁଲାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସେମାନଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରିଥିଲେ। ଚିକିତ୍ସାପରେ ଗ୍ରାମବାସୀ ସୁସ୍ଥ ଥିବା ଚିକିତ୍ସାଧୀନ ଡାକ୍ତର କହିଛନ୍ତି।  ଆଉ କିଛି ଜଣ ମେଡିସିନ୍‌ ଖାଇବା ଦ୍ୱାରା ସୁସ୍ଥ ଥିବା ଜଣାପଡ଼ିଛି। 

ଭୋଜିଭାତ କୂଅ ପାଣିରେ ରୋଷେଇ ହୋଇଥିଲା। କୂଅ ପାଣିରେ ରୋଷେଇ ହେବା ଯୋଗୁ ଲୋକମାନେ ଝାଡ଼ାବାନ୍ତିରେ ପଡ଼ିଥିବା ସନ୍ଦେହ କରାଯାଉଛି। ଏକ ଟିମ୍ ଗାଁରେ ପହଞ୍ଚି ପାଣିର ନମୂନା ସଂଗ୍ରହ କରିଛନ୍ତି।

Advertisment
Sudargarh