/odisha-reporter/media/post_attachments/uploadimage/library/16_9/16_9_0/IMAGE_1681276009.jpg)
Road Accident
ଭ୍ୟାନକୁ ଧକ୍କା ଦେଲା ଅଜଣାଗାଡ଼ି। ଦୁର୍ଘଟଣାରେ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ଆଇଟିଆଇ ବାଇପାସ୍ ରାସ୍ତାରେ ଏହି ସଡ଼କ ଦୁର୍ଘଟଣା ଘଟିଛି।
Advertisment
ଆହତ କର୍ମଚାରୀଙ୍କ ମଧ୍ୟରେ ୩ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ପରିଚୟ ମିଳିନାହିଁ।
ଆଜି ସକାଳେ ୭ଜଣ କର୍ମଚାରୀ ଭ୍ୟାନ ଯୋଗେ କମ୍ପାନୀକୁ କାମ କରିବାକୁ ଯାଉଥିଲେ। ଏହି ସମୟରେ ଆଇଟିଆଇ ବାଇପାସ୍ ରାସ୍ତାରେ ଭ୍ୟାନଟିକୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ପରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୬ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ଜଣଙ୍କର କିଛି ହୋଇ ନଥିଲା।
Advertisment
ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
