Advertisment

ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ିଲେ ଯୁବକ, ଗତକାଲିଠୁ ମିଳୁନି ପତ୍ତା

ଗତକାଲି ଲୋପା ମୁଣ୍ଡା ଓ ତାଙ୍କ ସାଙ୍ଗ ବରସୁଆଁ ଥିବା ବନ୍ଧୁ ଘରକୁ ବୁଲିବାକୁ ଆସିଥିଲେ।

Lopa Muda

Lopa Muda

Advertisment

ଖଣ୍ଡାଧାର ଜଳପ୍ରପାତରୁ ଖସି ପଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମବାହିନୀ ପକ୍ଷରୁ ଖୋଜାଖୋଜି ଜାରି ରହିଛି। ଯୁବକ ଜଣଙ୍କ ହେଲେ ସୁନ୍ଦରଗଡ଼ କାଲଟା ଅଞ୍ଚଳର ଲୋପା ମୁଣ୍ଡା।

Advertisment

ଗତକାଲି ଲୋପା ମୁଣ୍ଡା ଓ ତାଙ୍କ ସାଙ୍ଗ ବରସୁଆଁରେ ଥିବା ବନ୍ଧୁଙ୍କ ଘରକୁ ବୁଲିବାକୁ ଆସିଥିଲେ। ବନ୍ଧୁ ଘରେ ବୁଲାବୁଲି କରିବା ପରେ ବରସୁଆଁ ନିକଟ ଖଣ୍ଡାଧାର ଜଳପ୍ରପାତକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ପରେ ପେଣ୍ଟ ପିନ୍ଧୁଥିବା ସମୟରେ ଲୋପା ମୁଣ୍ଡାଙ୍କ ଗୋଡ଼ ପଥରରେ ଖସିଯାଇଥିଲେ। ସେ ୮୦୦ରୁ ୯୦୦ ମିଟର ତଳକୁ ଖସିପଡ଼ିଥିବା ଅନୁମାନ କରାଯାଉଛି।

ଗତକାଲି ଅଗ୍ନିଶମ କର୍ମଚାରି ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଲୋପାଙ୍କୁ ପାଇନଥିଲେ। ରାତି ହୋଇଯିବାରୁ ଆଉ ଖୋଜାଖୋଜି କରି ନଥିଲେ। ଆଜି ସକାଳେ ପୁଣି ଅଗ୍ନିଶମ କର୍ମଚାରୀ ଖୋଜାଖୋଜି କରୁଛନ୍ତି। ହେଲେ ବର୍ଷା ହେଉଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ଖୋଜାଖୋଜି କରିବାରେ ବିଳମ୍ବ ହେଉଛି। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ।

Advertisment
Sudargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe