Advertisment

ସୀମା ଲଂଘିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ, ବେକରେ ପଡ଼ିଲା ଚପଲ ମାଳ

ସୀମା ଲଂଘିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ନିଜେ ପଢ଼ିଲେ ପ୍ରେମ ପାଠ। ସ୍କୁଲ ପରିସରରେ କଲେ ରାସ ଲୀଲା। ଆଉ ଶେଷରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ହିନସ୍ତା ହେଲେ ।

School

School

Advertisment

ସୀମା ଲଂଘିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ । ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ନିଜେ ପଢ଼ିଲେ ପ୍ରେମ ପାଠ। ସ୍କୁଲ ପରିସରରେ କଲେ ରାସ ଲୀଲା। ସ୍କୁଲ ରୋଷାୟାଙ୍କ ଇସ୍କରେ ପଡ଼ି ଭୁଲିଗଲେ ନିଜ ମର୍ଯ୍ୟାଦା । ଆଉ ଶେଷରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ି ହିନସ୍ତା ହେଲେ । ଗ୍ରାମବାସୀ ବିଚ୍‌ ରାସ୍ତାରେ ଚପଲ ମାଳ ପକାଇ ସାର୍‌ଙ୍କୁ ବୁଲାଇବାରୁ ଆଉ ୩ ଦିନ ହେଲାଣି ଆସୁ ନାହାନ୍ତି ସ୍କୁଲ। ଏପରି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା କେ ବଲାଙ୍ଗ ଥାନା ଅନ୍ତର୍ଗତ ଖଡ଼ିଆବାହାଲ ସେବାଶ୍ରମରେ ଘଟିଛି।

Advertisment

ଖଡ଼ିଆବାହାଲ ସେବାଶ୍ରମର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ରାଏଙ୍କର ଦୀର୍ଘ ବର୍ଷ ହେଲା ସ୍କୁଲର ରୋଷେୟାଙ୍କ ସହ ଅନୈତିକ ସମ୍ପର୍କ ରହିଥିବା ଅଭିଯୋଗ ହୋଇ ଆସୁଥିଲା। ଏହାକୁ ନେଇ ୨ ବର୍ଷ ପୂର୍ବେ ସ୍କୁଲ କମିଟି ବୈଠକ ବସି ଉଭୟଙ୍କୁ ଚେତାବନୀ ଦିଆଯାଇଥିଲା। ମାତ୍ର ଏହା ପରେ ବି ସେମାନେ ପୂର୍ବ ପରି ସମ୍ପର୍କ ରଖି ଆସିଥିଲେ।

ଏପରିକି ବହୁ ଥର ଉଭୟଙ୍କୁ ଏକ ରୁମ୍‌ରୁ ଉଦ୍ଧାର କରାଯାଇଥିବା ବେଳେ ଏହାକୁ ନେଇ ସ୍କୁଲର ଶୈକ୍ଷିକ ବାତାବରଣ ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଏହି ଘଟଣା ଯୋଗୁ ପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ୁଥିବା ବେଳେ ବହୁ ପିଲା ସ୍କୁଲ ବି ଛାଡ଼ି ସାରିଥିବା ଜଣାଯାଇଛି।

Advertisment

ଖରା ଛୁଟି ପରେ ଗତ ବୁଧବାରଠାରୁ ସ୍କୁଲ ଖୋଲିଥିଲା। ଏହାପରେ ଶୁକ୍ରବାର ପୁଣି ଥରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ମହିଳା ରୋଷେୟାଜଣକ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜାଣି ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ। ସେମାନେ ଉଭୟଙ୍କୁ ଏକ ବନ୍ଦ କୋଠରୀରୁ ବାହାର କରିବା ପରେ ଏହାକୁ ନେଇ ସେଠାରେ ଉତ୍ତଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଉତ୍ତ୍ୟକ୍ତ ଗ୍ରାମବାସୀ ଉଭୟଙ୍କୁ ସ୍କୁଲ ବାହାରକୁ ନେଇ ପଚରାଉଚରା କରିଥିଲେ। ଉଭୟ ନିଜ ଭୁଲ୍‌ ସ୍ୱୀକାର କରିବା ସହ ଭବିଷ୍ୟତରେ ଏପରି ହେବ ନାହିଁ ବୋଲି କହିଥିଲେ। ମାତ୍ର ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କ କଥା ଶୁଣିବା ପରିସ୍ଥିତିରେ ନ ଥିଲେ। ସେମାନେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ଚଲାଇ ଚଲାଇ ନେଇଥିଲେ।

ଏନେଇ ଗ୍ରାମବାସୀ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ମାତ୍ର ଏନେଇ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏନେଇ କୋଏଡା ଏସଠିପିଓ କହିଛନ୍ତି, ଉଭୟ ପ୍ରାପ୍ତ ବୟସ୍କ ହୋଇଥିବା ବେଳେ ସମ୍ପୃକ୍ତ ରୋଷେୟାଜଣକ କୌଣସି ଅଭିଯୋଗ କରି ନାହାନ୍ତି। ତେଣୁ ଶିକ୍ଷକ ରୋହିତ କୁମାର ରାଏଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ନୁହେଁ । ତେବେ ଏନେଇ ବିଇଓଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି। ଏଥିସହ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ବଦଳି କରିବାକୁ କୁହାଯାଇଥିବା ଏସଡିପିଓ କହିଛନ୍ତି।

ତେବେ ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣା ପରଠୁ ରୋଷେୟା ସ୍କୁଲ ଆସୁଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସ୍କୁଲ ଆସୁ ନ ଥିବା ଜଣାଯାଇଛି।

School Sundargarh Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe