Advertisment

ଛାତ୍ରଙ୍କୁ ନିର୍ଧୂମ ପିଟିଥିବା ପ୍ରଧାନଶିକ୍ଷକ ନିଲମ୍ବିତ

ଗତ ମାର୍ଚ୍ଚ ୧୧ ତାରିଖରେ ସ୍କୁଲରେ ଖେଳୁଥିବା ସମୟରେ ଦୁଇ ଛାତ୍ର ଟାଇଲ ଭାଙ୍ଗିଦେଇଥିଲେ। ଏନେଇ ପ୍ରଧାନ ଶିକ୍ଷକ ଦୁଇ ଛାତ୍ରଙ୍କୁ ନିର୍ଧୂମ ପିଟିଥିଲେ।

author-image
Tapaswini Nayak
Scholl

Scholl

ଛାତ୍ରଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇଦେବା ଘଟଣାରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ବିଇଓ। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ୍ ଅନ୍ତର୍ଗତ ଜନତା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅମର କୁମାର୍ ସିଂଙ୍କୁ ନିଲମ୍ବିତ କରାଯାଇଛି। ଛାତ୍ରଙ୍କୁ ମାଡ଼ ମାରିବା ଘଟଣାର ତଦନ୍ତ ପରେ ପ୍ରଧାନଶିକ୍ଷକଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Advertisment

ଗତ ମାର୍ଚ୍ଚ ୧୧ ତାରିଖରେ ସ୍କୁଲରେ ଖେଳୁଥିବା ସମୟରେ ଦୁଇ ଛାତ୍ର ଟାଇଲ ଭାଙ୍ଗି ଦେଇଥିଲେ। ଏନେଇ ପ୍ରଧାନ ଶିକ୍ଷକ ଦୁଇ ଛାତ୍ରଙ୍କ ନିର୍ଧୂମ ପିଟିଥିଲେ। ଏପରି ଜଣେ ଛାତ୍ରଙ୍କ ମୁଣ୍ଡ ଫାଟିଯାଇଥିଲା। ଘଟଣା ସଂପର୍କରେ ସ୍କୁଲ ସେକ୍ରେଟାରୀ ଜାଣିବା ପରେ ସିଆରସିସିଙ୍କୁ ଜଣାଇଥିଲେ। ସିଆରସିସି ସ୍କୁଲକୁ ଯାଇ ତଦନ୍ତ କରିବା ପରେ ଗୁରୁଣ୍ଡିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଣାଇଥିଲେ।

ଗୁରୁଣ୍ଡିଆ ବିଇଓ ଏବିଇଓଙ୍କୁ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବିଇଓ ଘଟଣାର ତଦନ୍ତ କରି ବିଇଓଙ୍କୁ ରିପୋର୍ଟ ଦେଇଥିଲେ। ଏ‍ବିଇଓଙ୍କ ରିପୋର୍ଟ ଆଧାରରେ ପ୍ରଧାନଶିକ୍ଷକଙ୍କୁ ବିଇଓ ନିଲମ୍ବିତ କରିଥିଲେ।

Advertisment

ଘଟଣାର ତଦନ୍ତ ସମୟରେ ପ୍ରଧାନ ଶିକ୍ଷକ ଦୁଇ ଛାତ୍ରଙ୍କୁ ମାଡ଼କରି ମୁଣ୍ଡ ଫଟାଇ ଦେଇଥିବା କଣା ସ୍ୱୀକାର କରିଥିଲେ।

Sundargarh Students