Advertisment

ଗଛରେ ପିଟିହେଲା ବାଇକ: ଚାଳକ ମୃତ, ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ବାପା-ପୁଅ

ଫେରୁଥିବା ବେଳେ ସଣୁଆଁ ଶିବ ମନ୍ଦିର ନିକଟରେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ଜିତୁଙ୍କ ମୃତ୍ୟୁ ଘଟିଥିବା ବେଳେ ସୁରେଶ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ।

author-image
Manoranjan Sial
Bike Accident

Bike Accident

ରାସ୍ତା ପାର୍ଶ୍ୱ ଗଛରେ ପିଟିହେଲା ବାଇକ୍‌। ଘଟଣା ସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ତେବେ ବାଇକ୍‌ ପଛରେ ବସିଥିବା ବାପା ଓ ତାଙ୍କ ୫ ବର୍ଷର ପୁଅ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଘଟିଛି।

Advertisment

କୋଇଡ଼ା ଥାନା ସିଡ଼ିମ୍ୱା ଗାଁର ଜିତୁ ନାୟକ ତାଙ୍କ ସମ୍ପର୍କୀୟଙ୍କ ଘର କନ୍ତରକୋଇଡାକୁ ଯାଇଥିଲେ। ଆଜି ସକାଳେ ସେ ନିଜ ସମ୍ପର୍କୀୟ ସୁରେଶ ଦେହୁରୀ ଓ ତାଙ୍କ(ସୁରେଶ) ୫ ବର୍ଷ ପୁଅଙ୍କ ସହ ବାଇକ୍‌ରେ ପାଟମୁଣ୍ଡା ବୁଲିବାକୁ ଯାଇଥିଲେ। ସେଠାରୁ ସେମାନେ ଫେରୁଥିବା ବେଳେ ସଣୁଆଁ ଶିବ ମନ୍ଦିର ନିକଟରେ ରାସ୍ତା ପାର୍ଶ୍ୱ ଗଛରେ ପିଟି ହୋଇ ଯାଇଥିଲେ। ଘଟଣା ସ୍ଥଳରେ ଜିତୁଙ୍କ ମୃତ୍ୟୁ ଘଟିଥିବା ବେଳେ ସୁରେଶ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକ ବାପ-ପୁଅଙ୍କୁ ଉଦ୍ଧାର କରି କୋଇଡ଼ା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଛି। ବାପ ଓ ପୁଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-କୋଇଡାରୁ ସୁନୀଲ୍‌ ପଣ୍ଡା

Accident Roadaccident Sundargarh