Advertisment

ବୋମା ଉପରେ ପଡ଼ିଗଲା ନାବାଳକ ପାଦ

ବାର୍‌ହା ଶିକାର ପାଇଁ ଖଞ୍ଜି ଥିଲେ ବୋମା। ବିସ୍ଫୋରଣରେ ନାବାଳକର ପାଦ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

author-image
Niranjan Mishra
ଅଦ୍ୟତନ ହୋଇଛି
critically injured child

critically injured child

ବାର୍‌ହା ଶିକାର ପାଇଁ ଖଞ୍ଜି ଥିଲେ ବୋମା। ଏହି ବୋମା ଉପରେ ଖେଳାଖେଳି ସାରି ଘରକୁ ଫେରୁଥିବା ଜଣେ ୧୦ ବର୍ଷିୟ ନାବାଳକର ପାଦ ପଡ଼ିଗଲା। ବୋମା ବିସ୍ଫୋରଣ ହେବାରୁ ନାବାଳକ ଗୁରୁତର ହୋଇଛି। ଆଜି ସୁନ୍ଦରଗଡ଼ ସଦର ଥାନା ସୁବଳୟା ଗାଁରେ ଘଟିଛି ଏହି ଅଘଟଣ।

Advertisment

ଗୁରୁତର ଅବସ୍ଥାରେ ଏହି ନାବାଳକକୁ ସୁନ୍ଦରଗଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣରେ ନାବାଳକର ପାଦ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି।

ସୂଚନା ଅନୁସାରେ ଆଜି ସଂଧ୍ୟା ପ୍ରାୟ ୮ଟା ବେଳେ ଶିଶୁଟି ଅନ୍ୟ ଜଣଙ୍କ ଘରୁ ଖେଳାଖେଳି ସାରି ନିଜ ଘରକୁ ଫେରୁଥିଲା। ତେବେ ଆସିବା ବାଟରେ କେହି ବାର୍‌ହା ମାରିବା ପାଇଁ ବିଛାଇଥିବା ବୋମା ଉପରେ ତା’ର ଗୋଡ ପଡ଼ିଯାଇଥିଲା। ତେଣୁ ବୋମାଟି ଫୁଟି ଯାଇଥିଲା।

Advertisment

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

Bomb Blast