Advertisment

ନିଖୋଜ ବଣାଇ ବ୍ଲକ ଉପାଧ୍ୟକ୍ଷା କନ୍ଧମାଳରୁ ଉଦ୍ଧାର

ଗତ ୪ ତାରିଖରେ ପୁଅକୁ ସ୍କୁଲ୍ ଛାଡ଼ିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଉପାଧ୍ୟକ୍ଷା

ଅଦ୍ୟତନ ହୋଇଛି
Binati

Binati

Advertisment

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରା ଜାନୁଆରୀ ୪ ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ଗୁରୁବାର ପୁଲିସ୍ ତାଙ୍କୁ କନ୍ଧମାଳରୁ ଉଦ୍ଧାର କରିଛି। ତାଙ୍କୁ ଉଦ୍ଧାର କରିବା ସହିତ ତାଙ୍କ ସହିତ ଥିବା ଜଣେ ଠିକାଦାରଙ୍କୁ ପୁଲିସ୍ ଧରିଛି। ଉଭୟଙ୍କୁ ଟିକାୟତପାଲି ଥାନାକୁ ଆଣି ପୁଲିସ୍ ପଚରାଉଚରା କରୁଛି। ବିନତି ବେହେରାଙ୍କୁ ଅପହରଣ କରାଯାଇଥିଲା ନା ସେ ଉକ୍ତ ଠିକାଦାରଙ୍କ ସହିତ ନିଜେ ଯାଇଥିଲେ, ସେ ନେଇ ପୁଲିସ୍ ସ୍ପଷ୍ଟ କରି ନାହିଁ।

Advertisment

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁଯାୟୀ, ଠିକାଦାର ଜନ୍ମେଜୟ ସାହୁଙ୍କ ସହିତ ବିନତି ନିଜେ ଯାଇଥିବା କହିଛନ୍ତି। ଜନ୍ମେଜୟ ତାଙ୍କୁ ଅପହରଣ କରି ନାହାନ୍ତି ବୋଲି ସେ କହିଛନ୍ତି। ଏହା ସହିତ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ମଧ୍ୟ ଆଣିଛନ୍ତି। ବିନତି କହିଛନ୍ତି ଯେ ତାଙ୍କ ସ୍ୱାମୀ ସବୁ ବେଳେ ନିର୍ଯାତନା ଦେଉଥିବାରୁ ସେ ପଳାଇଥିଲେ। ଏମିତିକି ସେ ଜନ୍ମେଜୟ ସହିତ ପୁଣି ଯିବେ ବୋଲି କହିଛନ୍ତି। ତେବେ ନିର୍ଯାତନା କଥାକୁ ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକେ ଖଣ୍ଡନ କରିଛନ୍ତି। ସେମାନଙ୍କ କହିବା କଥା, ବିନତି ଏକ ପଦବୀରେ ଅଛନ୍ତି। ଯଦି ତାଙ୍କୁ ନିର୍ଯାତନା ଦିଆଯାଉଥିଲା, ତା’ହେଲେ ସେ ଥାନାକୁ କାହିଁକି ଗଲେ ନାହିଁ? କିନ୍ତୁ ବିନତି କିମ୍ବା ତାଙ୍କ ସ୍ୱାମୀଙ୍କ ପକ୍ଷରୁ କେହି ବି ଖୋଲାଖୋଲି ଗଣମାଧ୍ୟମ ସମ୍ମୁଖରେ କିଛି କହି ନାହାନ୍ତି।  

ବିନତି ବେହେରା ଗତ ୪ ତାରିଖରେ ତାଙ୍କ ପୁଅକୁ ସ୍କୁଲ୍‌ରେ ଛାଡ଼ିବା ପାଇଁ ଖମାର ଯାଇଥିଲେ। କିନ୍ତୁ ଆଉ ଘରକୁ ଫେରି ନଥିଲେ। ତାଙ୍କ ସ୍ୱାମୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। କିନ୍ତୁ ବିନତି ନମିଳିବାରୁ ସେ ପୁଲିସ୍‌ର ସହାୟତା ନେଇଥିଲେ। ସେ ଟିକାୟତପାଲି ଥାନାରେ ଏତଲା ଦେଇଥିଲେ। ବିନତିଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ସ୍ୱାମୀ ଅଭିଯୋଗ କରିଥିଲେ। ତା’ପରେ ପୁଲିସ୍ ଟିମ୍ ଗଠନ କରି ଘଟଣାର ତଦନ୍ତ କରିଥିଲା ଓ କୌଣସି ସୂତ୍ରରୁ ବିନତି କନ୍ଧମାଳରେ ଥିବା ଜାଣିବାକୁ ପାଇଥିଲା।

Advertisment
Odisha Crime Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe