Advertisment

ଜାତୀୟ ରାଜପଥରେ ଛିଡ଼ା ହୋଇଥିଲା ଟ୍ରକ୍‌, ପିଟି ହେଲା ବସ୍‌

୧୪୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ର ବୀରମିତ୍ରପୁର ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌। ଠିକ୍‌ ସେହି ସମୟରେ ବିହାରରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ପ୍ରାଇଭେଟ୍‌ ବସ୍‌, ଟ୍ରକ୍‌କୁ ପଛ ପାର୍ଶ୍ୱରୁ ପିଟି ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Accident

Accident

Advertisment

ରାସ୍ତା ପାଖରେ ଛିଡ଼ା ହୋଇଥିଲା ଟ୍ରକ୍‌। ଦ୍ରୁତ ଗତିରେ ଯାଉଥିବା ବସ୍‌, ଟ୍ରକ୍‌ ପଛ ପାର୍ଶ୍ୱରେ ପିଟି ହୋଇଯାଇଥିଲା। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ବ୍ରେକ୍‌ ଫେଲ୍‌ ହେବାରୁ ବସ୍‌ ପିଟି ହୋଇଥିବା ଜଣାପଡ଼ିଛି।

Advertisment

୧୪୩ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌)ର ବୀରମିତ୍ରପୁର ଭାରତ ପେଟ୍ରୋଲ ପମ୍ପ ସମ୍ମୁଖରେ ଛିଡା ହୋଇଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌। ଠିକ୍‌ ସେହି ସମୟରେ ବିହାରରୁ ଅନୁଗୋଳ ଅଭିମୁଖେ ଯାଉଥିବା ଏକ ପ୍ରାଇଭେଟ୍‌ ବସ୍‌, ଟ୍ରକ୍‌କୁ ପଛ ପାର୍ଶ୍ୱରୁ ପିଟି ହୋଇଯାଇଥିଲା। ଫଳରେ ବସ୍‌ରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା। ଦୁର୍ଘଟଣାରେ ୯ ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ବୀରମିତ୍ରପୁର ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବ୍ରେକ୍‌ ଫେଲ୍‌ ଯୋଗୁ ବସ୍‌ ପିଟି ହୋଇଯାଇଥିଲା ଡ୍ରାଇଭର କହିଛନ୍ତି।

ଘଟଣା ସ୍ଥଳରେ ବୀରମିତ୍ରପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ରିପୋର୍ଟ-ବୀରମିତ୍ରପୁରରୁ ରାକେଶ ସାହୁ

Accident Sundargarh Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe